ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁଣି ଥରେ ବିଶ୍ଵର ସବୁଠାରୁ ଲୋକପ୍ରିୟ ନେତା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶ୍ୱ ନେତାଙ୍କୁ ନେଇ କରାଯାଇଥିବା ସର୍ବେକ୍ଷଣରେ ଲୋକପ୍ରିୟ ନେତା କ୍ଷେତ୍ରରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ମୋଦି । ମଣ୍ଣିଂ କନସଲ୍ଟ ସର୍ଭେ ଅନୁସାରେରେ ମୋଦିଙ୍କୁ ୭୫ ପ୍ରତିଶତ ରେଟିଂ ମିଳିଛି । ତାଙ୍କ ପରେ ମେକ୍ସିକୋର ରାଷ୍ଟ୍ରପତି ଆନ୍ଦ୍ରେ ମ୍ୟାନୁଏଲ ଲୋପେଜ ଓବ୍ରାଡୋର ୬୩ ପ୍ରତିଶତ ରେଟିଂ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।ତାଙ୍କ ପଛକୁ ୫୪ ପ୍ରତିଶତ ରେଟିଂ ସହ ଇଟାଲୀ ପ୍ରଧାନମନ୍ତ୍ରୀ ମାରିୟୋ ଦ୍ରାଗି ତୃତୀୟ ସ୍ଥାନରେ ରହିଛନ୍ତି ।

ଏହି ସର୍ଭେରେ ବିଶ୍ୱର ମୋଟ ୨୨ ଜଣ ନେତାଙ୍କୁ ସାମିଲ କରାଯାଇଥିଲା । ଯେଉଁଥିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୪୧ ପ୍ରତିଶତ ରେଟିଂ ସହ ପଞ୍ଚମ ସ୍ଥାନରେ ରହିଛନ୍ତି । ଏଥର ବାଇଡେନ ତାଲିକାରେ ତଳକୁ ଖସି ଆସିଛନ୍ତି ।