ଏଏସଓ ପରୀକ୍ଷା ପାଇଁ ଆସନ୍ତା ୨୭ରେ ଖୋର୍ଦ୍ଧା ଜିଲ୍ଲାର ୧୩୯ ଶିକ୍ଷାନୁଷ୍ଠାନକୁ ସ୍ୱତନ୍ତ୍ର ଛୁଟି ଘୋଷଣା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତା ୨୭ରେ ଖୋର୍ଦ୍ଧା ଜିଲ୍ଲାର ୧୩୯ ଶିକ୍ଷାନୁଷ୍ଠାନକୁ ସ୍ୱତନ୍ତ୍ର ଛୁଟି ଘୋଷଣା କରାଯାଇଛି । ଚଳିତ ବର୍ଷ ହେବାକୁ ଥିବା ଏଏସଓ ପରୀକ୍ଷା କେନ୍ଦ୍ର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସ୍ୱତନ୍ତ୍ର ଛୁଟି ଘୋଷଣା ହୋଇଛି । ଏଏସଓ ପରୀକ୍ଷା ପାଇଁ ଖୋର୍ଦ୍ଧା ଜିଲ୍ଲାରେ ୧୩୯ଟି କେନ୍ଦ୍ର କରାଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଉତ୍ପନ୍ନ ବନ୍ୟା ସ୍ଥିତି ପାଇଁ ଅଗଷ୍ଟ ୨୧ ତାରିଖରେ ହେବାକୁ ଥିବା ଏଏସଓ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ଏହାପରେ ନୂଆ ତାରିଖ ଘୋଷଣା କରିଥିଲା ଓପିଏସସି । ଅଗଷ୍ଟ ୨୭ ତାରିଖ ଦିନ ଏଏସଓ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଓପିଏସସି ପକ୍ଷରୁ ସୂଚନା ଦିଆଯାଇଥିଲା ।

Related Posts