ବିହାର ବିଧାନସଭା; ଆସ୍ଥା ଭୋଟରେ ବିଜୟୀ ହେଲେ ନୀତିଶ ସରକାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନିକଟରେ ଭାଜପା ହାତ ଛାଡି ଆରଜେଡି ସହ ମିଶି ସରକାର ଗଠନ କରିଛନ୍ତି ନୀତିଶ କୁମାର। ନୂତନ ସରକାର ଗଠନ ପରେ ଆଜି ବିହାର ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ଡ଼କାଯାଇଥିଲା। ଏହି ଅଧିବେଶନ ରେ ନୀତିଶ କୁମାର ନିଜ ସରକାରର ସଂଖ୍ୟାଗରିଷ୍ଠତା ର ପ୍ରମାଣ ଦେଇଛନ୍ତି। ନୀତୀଶ କୁମାର ଆଜି ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ବିଧାନସଭାରେ ଅନୁଷ୍ଠିତ ଆସ୍ଥା ଭୋଟରେ ୧୬୦ ବିଧାୟକ ନୀତୀଶ ସରକାରଙ୍କ ସପକ୍ଷରେ ଭୋଟ ଦେଇଥିଲେ। ଭୋଟିଂ ସମୟରେ ଭାଜପା ବିଧାୟକମାନେ ଗୃହ ତ୍ୟାଗ କରିଥିଲେ। ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ଭାଜପା ବିଧାୟକମାନେ ଗୃହ ଛାଡିଥିବା ନୀତୀଶ କୁମାର କହିଛନ୍ତି।

ସୂଚନାଯୋଗ୍ୟ, ଭାଜପା ସହ ସମ୍ପର୍କ ତୁଟାଇ ପୁଣି ଥରେ ଆରଜେଡି ସହ ହାତମିଳାଇ ବିହାରରେ ମହାଗଠବନ୍ଧନ ସରକାର ଗଢିଛନ୍ତି ନୀତୀଶ। ଭାଜପା ହାତ ଛାଡ଼ିବା ପରେ ଆରଜେଡି ଓ କଂଗ୍ରେସ ସହ ୭ଟି ଦଳର ସମର୍ଥନରେ ରାଜ୍ୟରେ ନୂଆ ମହାମେଣ୍ଟ ସରକାରର ଶାସନ ଆରମ୍ଭ କରିଛନ୍ତି ନୀତୀଶ କୁମାର। ଅଗଷ୍ଟ ୧୦ରେ ସେ ରେକର୍ଡ ଅଷ୍ଟମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେହିପରି ଆରଜେଡିର ତେଜସ୍ବୀ ଯାଦବ ଦ୍ୱିତୀୟ ଥର ପାଇଁ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ। ଚର୍ଚ୍ଚା ହେଉଛି ଜାତୀୟ ରାଜନୀତିରେ ଭାଜପା ଓ ମୋଦିଙ୍କ ପତିଆରେରେ ବ୍ରେକ ଲଗାଇବାକୁ ୨୦୨୪ରେ ବିରୋଧୀଙ୍କ ନେତା ସାଜିବାକୁ ନୀତୀଶ ନିଜକୁ ପ୍ରସ୍ତୁତ କରୁଛନ୍ତି।

Related Posts