ପୁଣି ନବନୀତ ରାଣାଙ୍କ ବିରୋଧରେ ମାମଲା ରୁଜୁ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁଣି ନବନୀତ ରାଣାଙ୍କ ବିରୋଧରେ ମାମଲା ରୁଜୁ । ତେବେ ଅମରାବତୀର ସ୍ୱାଧୀନ ଏମପି ନବନୀତ ରାଣା ଏବଂ ତାଙ୍କ ସ୍ୱାମୀ ରବି ରାଣାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଅମରାବତୀରେ ରାସ୍ତା ଅବରୋଧ କରିଥିବାରୁ ନବନୀତ ଏବଂ ରବିଙ୍କ ବ୍ୟତୀତ ତାଙ୍କ ୧୪ ସମର୍ଥକଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି । ଜେଲରୁ ମୁକୁଳିବା ପରେ ପ୍ରଥମ ଥର ପାଇଁ ସେ ଶନିବାର ଅମରାବତୀରେ ପହଞ୍ଚିଥିଲେ । ରାସ୍ତାରେ ମଞ୍ଚ ପ୍ରସ୍ତୁତ କରି ବିଳମ୍ବିତ ରାତିରେ ଲାଉଡ ସ୍ପିକର ବଜାଉ ଥିଷଲ ।

ଏହାପୂର୍ବରୁ ନବନୀତ ଏବଂ ତାଙ୍କ ବିଧାୟକ ସ୍ୱାମୀ ରବି ରାଣା ଶନିବାର ଦିନ ଦିଲ୍ଲରୁ ନାଗପୁରରେ ପହଞ୍ଚି ସ୍ଥାନୀୟ ମନ୍ଦିରରେ ହନୁମାନ ଚାଳିସା ପାଠ କରିଥିଲେ । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବ୍ୟକ୍ତିଗତ ବାସଭବନ ମାତୋଶ୍ରୀ ସମ୍ମୁଖରେ ହନୁମାନ ଚାଳିଶା ପାଠ କରିବେ ବୋଲି ଘୋଷଣା କରିବା ପରେ ସେଠାରେ ଥିବା ଶିବସେନା ସମର୍ଥକ ଏବଂ ନବନୀତଙ୍କ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା । ଏପ୍ରିଲ ୨୩ରେ ଏହି ଦମ୍ପତିଙ୍କୁ ଗିରଫ କରାଯାଇଥିଲା । ମେ ୪ରେ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ଏହି କୋର୍ଟଙ୍କୁ ଜାମିନ ପ୍ରଦାନ କରିଥିଲେ ।

Related Posts