ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟକା: ହାତରୁ ଗଲା ଠାଣେ ମହାନଗର ନିଗମ

ନୂଆଦିଲ୍ଲୀ : ମହାରାଷ୍ଟ୍ର ମହାନାଟକ ମଧ୍ୟରେ ଉଦ୍ଧବ ଠାକରେଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି । ପ୍ରଥମେ ହାତରୁ ସରକାର ଖସିବା ପରେ ଏବେ ଗୋଟିଏ ପରେ ଗୋଟିଏ ଅଞ୍ଚଳ ଯିବାରେ ଲାଗିଛି । ଏବେ ଠାଣେ ମହାନଗର ନିଗମ ଉଦ୍ଧବଙ୍କ ହାତରୁ ଚାଲିଯାଇଛି । ଏଠାକାର କର୍ପୋରେଟର ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ସହ ହାତ ମିଳାଇଛନ୍ତି । ଏଠାରେ ଶିବସେନାର ୬୭ କର୍ପୋରେଚର ଥିବା ବେଳେ ୬୬ଜଣ ଏକନାଥଙ୍କ କ୍ୟାମ୍ପରେ ଯୋଗ ଦେଇଛନ୍ତି ।

ଶିବସେନା ପାଇଁ ଏହା ବହୁତ ବଡ ଝଟକା ବୋଲି କୁହାଯାଉଛି । ତେବେ ୬୬ ଜଣ କର୍ପୋରେଟର ଗୁରୁବାର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ଏହାପରେ ସେମାନେ ସିନ୍ଦେଙ୍କ ହାତ ଧରିଥିଲେ । ଠାଣେକୁ ମୁମ୍ବାଇ ନଗର ନିଗମ ପରେ ଦ୍ୱିତୀୟ ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଗମ କୁହାଯାଏ ।

ଠାଣେରୁ ରାଜନୀତି ଆରମ୍ଭ କରିଥିଲେ ସିନ୍ଦେ

ଠାଣେ ହେଉଛି ସିନ୍ଦେଙ୍କ ହୋମ୍ ଗ୍ରାଉଣ୍ଡ୍ । ଏଠାରୁ ସିନ୍ଦେ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ସିନ୍ଦେ ୧୯୯୭ରେ ଠାଣେ ନଗର ନିଗମ ନିର୍ବାଚନରେ କର୍ପୋରେଟର ଜିତିଥିଲେ । ଏହାପରେ ୨୦୨୧ରେ ସେ ନଗରନିଗମରେ ବିରୋଧୀ ଦଳର ନେତା ହୋଇଥିଲେ । ୨୦୦୨ରେ ଦ୍ୱିତୀୟ ଥର ସେ କର୍ପୋରେଚର ହେବା ସହ ୨୦୦୪ରେ ଠାଣେ ବିଧାନସଭାରୁ ବିଧାୟକ ହୋଇଥିଲେ । ଏହାପରେ ୨୦୦୯, ୨୦୧୪ ଓ ୨୦୧୯ରେ ସେ କୋପରୀ ପଛପାଖଡି ଅଞ୍ଚଳରୁ ବିଧାୟକ ଜିତି ଆସୁଛନ୍ତି ।

Related Posts