ଇମ୍ରାନ ଖାନଙ୍କୁ ବଡ଼ ଆଶ୍ୱସ୍ତି, ଗିରଫଦାରୀ ଉପରେ ସେପ୍ଟେମ୍ୱର ୧ ଯାଏ ରୋକ୍‌ ଲଗେଇଲେ ଆଣ୍ଟି ଟେରର କୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ତାଙ୍କର ଗିରଫଦାରୀ ଉପରେ ସେପ୍ଟେମ୍ୱର ୧ ଯାଏ ରୋକ୍‌ ଲଗେଇଛନ୍ତି ଆଣ୍ଟି ଟେରର କୋର୍ଟ। ଉଲ୍ଲେଖନୀୟ ଯେ, ଇମ୍ରାନଙ୍କ ଉପରେ ପବ୍ଲିକ୍‌ ରାଲି ବେଳେ ଜଣେ ସେସନ ଜଜ୍‌ଙ୍କୁ ଧମକ ଦେବାର ଅଭିଯୋଗ ଥିଲା। ୨୦ ଅଗଷ୍ଟରେ ଇମ୍ରାନ ଖାନ ଇସଲାମାବାଦରେ ଆତଙ୍କବାଦ ବିରୋଧୀ କୋର୍ଟଙ୍କ ସାମ୍ନାରେ ହାଜର ହେବା ପରେ ଏକ ପବ୍ଲିକ୍‌ ରାଲିରେ ଅତିରିକ୍ତ ସେସନ ବିଚାରପତି ଜେବା ଚୌଧୁରୀଙ୍କୁ ଧମକାଇ ଥିଲେ । ଏହାପରେ ତାଙ୍କ ବିରୋଧରେ ଆତଙ୍କବାଦ ମାମଲା ରୁଜୁ କରାଯାଇ ଥିଲା ।ତେବେ ତାଙ୍କ ଗିରଫଦାରୀ ପୂର୍ବରୁ ଇସଲାମାବାଦର ଆତଙ୍କବାଦ ବିରୋଧୀ କୋର୍ଟର ବିଚାରପତି ରଜା ଜୱାଦ ଅବ୍ବାସ ହସନ ଇମ୍ରାନ ଖାନଙ୍କୁ ଏକ ଲକ୍ଷ ଟଙ୍କାର ଗ୍ୟାରେଣ୍ଟିରେ ଜାମିନ୍‌ ମଞ୍ଜୁର କରିଛନ୍ତି । ଇମ୍ରାନ କୋର୍ଟରେ ପହଞ୍ଚିବା ନେଇ ଫେଡରଲ ଜ୍ୟୁଡିସିୟଲ କମ୍ପ୍ଲେକ୍ସର ଆଖପାଖରେ ସୁରକ୍ଷା କଡ଼ାକଡ଼ି କରାଯାଇଥିଲା ।

ଉଲ୍ଲେଖନୀୟ ଯେ, ୨୩ ଅଗଷ୍ଟରେ ଇମ୍ରାନ ଖାନ ନିଜ ପାର୍ଟିର ଲିଗଲ କମିଟିର ଏକ ବୈଠକର ଅଧ୍ୟକ୍ଷତା କରିଥିଲେ । ଯେଉଁଠି ଏହି ନିଷ୍ପତ୍ତି ନିଆଯାଇ ଥିଲା ଯେ ,ଆଣ୍ଟି ଟେରର କୋର୍ଟ ଇସଲାମାବାଦରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କର ଜାମିନ ପାଇଁ ଏକ ଆବେଦନ ଦାଏର କରାଯିବ। ଏହି ବୈଠକରେ ହିଁ ନିଷ୍ପତ୍ତି ହୋଇଥିଲା କି ଇମ୍ରାନ ନିଜେ ହିଁ ଟେରର କୋର୍ଟ ସାମ୍ନାରେ ହାଜର ହେବେ ।

Related Posts