ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବରେ ଆମ ଆଦମି ପାର୍ଟି ସରକାର ଗଠନ କରିବାକୁ ଯାଉଛି । ପଞ୍ଜାବରେ ଆପ୍ ୮୮ଟି ଆସନରେ ଅଗ୍ରଣୀ ରହିବା ସହ ୬୮ଟି ଆସନରେ ଟ୍ରେଣ୍ଡିଙ୍ଗ୍ କରୁଛି। କଂଗ୍ରେସ୍ ୧୨ଟି ଆସନରେ ଆଗୁଆ ଥିବା ବେଳେ ୬୫ଟି ଆସନରେ ପଛୁଆ ରହିଛି। ଅକାଳୀ ୧୧ଟିରେ ଆଗୁଆ ଥିବା ବେଳେ ୪ଟିରେ ପଛୁଆ ରହିଛି। ବିଜେପି ୫ଟିରେ ଆଗୁଆ ଥିବା ବେଳେ ଅନ୍ୟାନ୍ୟ ଦଳ ୧ଟି ଆସନରେ ଆଗୁଆ ରହିଛନ୍ତି। ଏହା ସହ ପଞ୍ଜାବରେ ଆମ ଆଦମି ପାର୍ଟି ସଂଖ୍ୟାଗରିଷ୍ଠତା ହାସଲ କରିଛି ।
