ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବରେ ଆମ ଆଦମି ପାର୍ଟି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ପଞ୍ଜାବ ବିଧାନସଭା ନିର୍ବାଚନର ଟ୍ରେଣ୍ଡରେ ଆପ ୧୧୭ ମଧ୍ୟରୁ ୯୦ ଟି ଆସନରେ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ନେଇ ପଞ୍ଜାବରେ ସରକାର ଗଠନ କରିବାକୁ ଯାଉଛନ୍ତି।
ଏହା ମଧ୍ୟରେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଆପକୁ ଶୁଭେଚ୍ଛା ଜଣାଇଥିବାର ଦେଖିବାକୁ ମିଳିଛି । ତେବେ ଲୋକଙ୍କ ସ୍ୱର ହେଉଛି ଭଗବାନଙ୍କ ସ୍ୱର।ମୁଁ ବିନମ୍ର ଭାବରେ ପଞ୍ଜାବବାସୀଙ୍କ ଆଦେଶ ଗ୍ରହଣ କରୁଛି ଏବଂ ଆପକୁ ଅଭିନନ୍ଦନ ଜଣାଉଛି ବୋଲି ଟ୍ୱିଟ କରି କହିଛନ୍ତି । ଏଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।





