ନୂଆଦିଲ୍ଲୀ : ଏସିଆ କପ୍‌ ୨୦୨୨ର ଫାଇନାଲ୍‌ ମ୍ୟାଚରେ ବାଜି ମାରିଛି ଶ୍ରୀଲଙ୍କା । ପାକିସ୍ତାନକୁ ୨୩ ରନ୍‌ରେ ପରାସ୍ତ କରିଛି । ଏହା ସହିତ ଶ୍ରୀଲଙ୍କା ଷଷ୍ଠ ଥର ପାଇଁ ଏସିଆ କପ୍‌ ଟ୍ରଫି ହାତେଇବାରେ ସଫଳ ହୋଇଛି।

ପାକିସ୍ତାନ ବିରୋଧରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୬ଟି ୱିକେଟ୍‌ରେ ୧୭୦ ରନ୍‌ ସଂଗ୍ରହ କରିଥିଲା। ଏହାର ପ୍ରତି ଜବାବରେ ପାକିସ୍ତାନ ଟିମ୍‌ ୨୦ ଓଭରରେ ସମସ୍ତ ୱିକେଟ୍‌ ହରାଇ ମାତ୍ର ୧୪୭ ରନ୍‌ କରିଥିଲା। ମହମ୍ମଦ ରିଜୱାନ୍‌ ପାକିସ୍ତାନ୍‌ ଟିମ୍‌ ପାଇଁ ସର୍ବାଧିକ ୫୧ ରନ୍‌ କରିଥିଲେ। ସେହିପରି ଶ୍ରୀଲଙ୍କା ପାଇଁ ପ୍ରମୋଦ ମଦୁଶନ୍‌ ୪ ୱିକେଟ୍‌ ହସରଙ୍ଗା ୩ ଓ ଚମିକା ୨ ୱିକେଟ୍‌ କରିଥିଲେ। ଶ୍ରୀଲଙ୍କା ଓ ପାକିସ୍ତାନର କ୍ରିକେଟ୍‌ ଟିମ୍‌ ଏସିଆ କପ୍‌ର ଇତିହାସରେ ଚତୁର୍ଥ ଥର ପାଇଁ ଫାଇନାଲ୍‌ ମୁକାବିଲାରେ ମୁହାଁ ମୁହିଁ ହୋଇଥିଲେ। ଏହା ପୂର୍ବରୁ ଏହି ୨ ଟିମ୍‌ ଭିତରେ ତିନିଥର ଖେଳା ଯାଇଥିବା ଫାଇନାଲ୍‌ ମ୍ୟାଚ୍‌ରେ ଶ୍ରୀଲଙ୍କା ଦୁଇଥର ଓ ପାକିସ୍ତାନ ଥରେ ଜିତିଥିଲା।

୧୭୧ ରନ୍‌ କରିବାକୁ ଲକ୍ଷ ରଖିଥିବା ପାକିସ୍ତାନ ଆରମ୍ଭରେ ଖରାପ ପ୍ରଦର୍ଶନ କରିଥିଲା। ଟିମ୍ ଚତୁର୍ଥ ଓଭର୍‌ରେ କ୍ୟାପ୍ଟେନ୍‌ ବାବର ଆଜମ ଓ ଫଖର ଜମନଙ୍କୁ ୱିକେଟ୍‌ରେ ହରାଇଥିଲା। କିନ୍ତୁ ଏହାପରେ ଇଫ୍ତିଖାର ଅହମ୍ମଦ ଓ ମହମ୍ମଦ ରିଜୱାନଙ୍କ ମଧ୍ୟରେ ତୃତୀୟ ୱିକେଟ୍‌ ପାଇଁ ହାଫ୍‌ ସେଞ୍ଚୁରି ପାର୍ଟନର ସିପ୍‌ ହୋଇଥିଲା । କିନ୍ତୁ ଇଫ୍ତିହାର ୩୧ ଟି ବଲ୍‌ରେ ୩୨ ରନ୍‌ କରି ଆଉଟ୍‌ ହୋଇଥିଲେ। ମହମ୍ମଦ ନୱାଜ୍‌ ୬ ରନ୍‌ କରି ହୋଇଥିଲେ। ଏହାପରେ ହସରଙ୍ଗା ୧୭ ଓଭରରେ ୩ଟି ୱିକେଟ୍‌ ନେଇ ଶ୍ରୀଲଙ୍କାର ବିଜୟକୁ ସୁନିଶ୍ଚିତ କରିଥିଲେ। ଅନ୍ୟପଟେ ରିଜୱାନ୍‌ ୪୯ଟି ବଲ୍‌ରେ ୫୫ ରନ୍‌ କରି ଆଉଟ୍‌ ହୋଇଥିଲେ