ଆଜି ଆସୁଛନ୍ତି ରାହୁଲ

15 ଦିନ ଭିତରେ ଦ୍ବିତୀୟ ଥର ପାଇଁ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି । କଂଗ୍ରେସ ଅଧ୍ୟକ୍ଷ ରାଉରକେଲା ଓ ଭବାନୀପାଟଣାରେ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏ ଦୁଇଟି ସ୍ଥାନରେ ଜନସଭାର ଆୟୋଜନ କରାଯାଇଛି ।

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସବୁ ରାଜନୈତକ ଦଳଙ୍କ ଫୋକସ୍‌ ଏବେ ଓଡ଼ିଶା ଉପରେ । ଜାତୀୟ ଦଳର ହେବିୱେଟ୍‌ ନେତାମାନେ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହା ଏକାଧିକ ଥର ଓଡ଼ିଶା ଗସ୍ତରେ ଆସିଥିବା ବେଳେ ରାହୁଲଙ୍କର ଗସ୍ତ ପାଇଁ କଂଗ୍ରେସ ବ୍ୟାପକ ପ୍ରସ୍ତୁତି କରିଛି ।

ଦଳକୁ ମଜବୁତ୍‌ କରିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ୧୫ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି । ଆଜି ରାହୁଲ ଗାନ୍ଧୀ ପଶ୍ଚିମ ଓଡିଶା ଗସ୍ତ କରିବେ । ଭବାନୀପଟଣା ଓ ରାଉରକେଲାରେ ହେବାକୁ ଥିବା ଦୁଇଟି ଦଳୀୟ ସମାବେଶରେ ଯୋଗ ଦେବେ ।

ସେପଟେ ବିଜେଡି ଏବଂ ବିଜେପି ମଧ୍ୟ ପଛରେ ପଡିବାକୁ ଚାହୁଁନ୍ତାହାନ୍ତି । ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ନୀତୀନ ଗଡକରୀ ଓଡିଶା ଗସ୍ତରେ ଆସୁଛନ୍ତି । ଭୁବନେଶ୍ୱର, କାମାକ୍ଷାନଗର ଓ ପାରାଦୀପରେ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି ।

Related Posts