ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶ ଗୋରଖନାଥ ମନ୍ଦିରର ସୁରକ୍ଷା ପାଇଁ ମୁତୟନ ହୋଇଥିବା ୨ ଜଣ ସିପାହୀଙ୍କ ଉପରେ ଆକ୍ରମଣ ହୋଇଛି | ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଚିହ୍ନଟ ହୋଇଥିବା ବେଳେ, ଅଭିଯୁକ୍ତର ପିତାଙ୍କ ବୟାନ ସାମ୍ନା କୁ ଆସିଛି | ସେ କହିଛନ୍ତି ଯେ, ଅଭିଯୁକ୍ତ ଅହମଦ ମୁର୍ତଜା ମାନସିକ ଭାବେ ଅନଗ୍ରସର। ତାର ମାନସିକ ସ୍ଥିତି ଠିକ୍ ନଥିବାରୁ ମନ୍ଦିରରେ ମୁତୟନ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ କରିଥିଲା।
ମୁର୍ତଜାଙ୍କ ପିତା କହିଛନ୍ତି ଯେ, ଅଭିଯୁକ୍ତ ଜନ୍ମରୁ ରୋଗୀ ଥିଲା। ଆମକୁ ଜଣା ନଥିଲା ଯେ, ୨୦୧୮ ଆସବା ପରେ ଏହି ରୋଗ ବିପଦ ସ୍ଥିତିରେ ପହଞ୍ଚିବ। ଚାକିରି ସମୟରେ ମଧ୍ୟ ମାସକ-୨ ମାସ ମଧ୍ୟରେ ରୁମ୍ରେ ଅଚେତ ହୋଇ ପଡ଼ିଯାଇଥାଏ। ଚାକିରି ସମୟରେ ମଧ୍ୟ ଠିକ ଭାବେ କାମ କରୁ ନଥିଲା। ଆମେ ପୁଅର ଚିକିତ୍ସା ଗୁଜରାଟର ଅହମଦାବାଦରେ ମଧ୍ୟ କରାଇଛୁ। ତାର ମାନସିକ ସ୍ଥିତି ଭଲ ନୁହେଁ ବୋଲି ପିତା ଗଣମାଧ୍ୟମକୁ କହିଛନ୍ତି।
ସୂଚନାଯୋଗ୍ୟ, ଅହମଦ ମୁର୍ତଜା ରବିବାର ୨ ଜଣ ସିପାହୀଙ୍କୁ ଆକ୍ରମଣ କରିଥିଲା। ଗୋରଖପୁର ଅଞ୍ଚଳର ଅଭିଯୁକ୍ତ ଅହମଦ ନିକଟରେ ମୁମ୍ବାଇରୁ ଆସିଥିଲା। ମନ୍ଦିରରେ ଚେକିଂ ସମୟରେ ଦୁର୍ବୃତ୍ତକୁ ଯବାନମାନେ ଅଟକାଇଥିଲେ। ଏଥିରେ ସେ ଉତ୍କ୍ଷିପ୍ତ ହୋଇ ଯବାନମାନଙ୍କ ଉପରେ ଆକ୍ରମଣ କରିଥିଲା। ଅତର୍କିତ ଆକ୍ରମଣ ପରେ ଲୋକ ଘଟଣାସ୍ଥଳକୁ ପହଞ୍ଚିଥିଲେ। ଅନ୍ୟ ପୋଲିସ କର୍ମୀ ମଧ୍ୟ ଦୌଡ଼ି ଆସିଥିଲେ। ଆକ୍ରମଣକାରୀ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଲୋକଙ୍କର ମାଡ଼ରେ ଯୁବକ ଆହତ ହୋଇଥିଲା। ୨ ସିପାହୀ ସମେତ ଅଭିଯୁକ୍ତକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।