ଭାରତ ବିରୋଧରେ ପ୍ରଥମ ଦୁଇ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ବାଛିଲା ଏହି 14 ଖେଳାଳି

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ 4 ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳାଯିବ । ସିରିଜ୍‌ର ପ୍ରଥମ ଟେଷ୍ଟ ଡିସେମ୍ବର 6ରେ ଏଡିଲେଡ୍‌ରେ ଖେଳାଯିବ ।

ଭାରତ ବିରୋଧରେ ଟେଷ୍ଟ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁ କ୍ରିକେଟ୍‌ ଅଷ୍ଟ୍ରେଲିଆ 14 ଜଣିଆ ଟିମ୍‌ ଘୋଷଣା କରିଛି ।
ଟିମ୍‌ରେ ଭିକ୍ଟୋରିଆର ବ୍ୟାଟ୍‌ସମ୍ୟାନ୍‌ ମାର୍କସ୍‌ ହ୍ୟାରିସ୍‌କୁ ସାମିଲ୍‌ କରାଯାଇଛି । ସେହିପରି ଅନୁଭୂତିସମ୍ପନ୍ନ ବ୍ୟାଟସ୍‌ମ୍ୟାନ୍‌ ମ୍ୟାଟ୍‌ ରେନ୍‌ସୋଙ୍କୁ ବାଦ୍‌ ଦିଆଯାଇଛି ।

ସିଏର ରାଷ୍ଟ୍ରୀୟ ଚୟନକର୍ତ୍ତା ଟ୍ରେଭର ହନ୍‌ସ କହିଛନ୍ତି ଯେ ମ୍ୟାଚ୍‌ ପୂର୍ବରୁ 14 ଜଣିଆ ଟିମ୍‌ରୁ 12 ଜଣିଆ ଚୂଡ଼ାନ୍ତ ଟିମ୍‌ ଘୋଷଣା କରାଯିବ ।

ଅଷ୍ଟ୍ରେଲିଆ ଟିମ୍‌ – ଆରୋନ୍‌ ଫିଞ୍ଚ, ପ୍ୟାଟ୍‌ କମିନ୍ସ, ପିଟର ହେଡ୍‌ସକମ୍ବ, ମାର୍କସ୍‌ ହ୍ୟାରିସ୍‌, ଜୋସ୍‌ ହେଜଲହୁଡ୍‌, ଟ୍ରେଭିସ୍‌ ହେଡ୍‌, ଉସ୍‌ମାନ୍‌ ଖ୍ବାଜା, ନାଥନ ଲିୟନ୍‌, ମିଶେଲ୍‌ ମାର୍ସ, ଶନ୍‌ ମାର୍ସ, ଟିମ୍‌ ପ୍ୟାନ୍‌(କ୍ୟାପଟେନ୍‌, ୱିକେଟ୍‌ କିପର) ମିସେଲ୍‌ ଷ୍ଟାର୍କ, କ୍ରିସ୍‌ ଟ୍ରେମେନ୍‌, ପିଟର ସିଡଲ୍‌ ।

Related Posts