ରିଲିଜ୍‌ ପୂର୍ବରୁ ରଜନୀକାନ୍ତଙ୍କ 2.0 ଭାଙ୍ଗିଲା ବାହୁବଳୀ-2ର ଏହି ରେକର୍ଡ

ନଭେମ୍ବର 29ରେ ରିଲିଜ୍‌ ହେବ ରଜନୀକାନ୍ତଙ୍କ ଫିଲ୍ମ 2.0 ଫିଲ୍ମକୁ ନେଇ ଦର୍ଶକଙ୍କ ଭିତରେ ଦୀର୍ଘ ସମୟ ଧରି ଉତ୍ସାହ ରହିଛି । ଜାଣନ୍ତୁ କେମିତି ରଜନୀକାନ୍ତଙ୍କ ଫିଲ୍ମ ବାହୁବଳୀ-2 କୁ ରିଲିଜ୍‌ ହେବା ପୂର୍ବରୁ ହିଁ ପଛରେ ପକାଇ ଦେଇଛି ।

ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଫିଲ୍ମ 2.0କୁ ରିଲିଜ୍‌ ହେବାକୁ ଏବେ ଗୋଟିଏ ସପ୍ତାହ ବାକି ଅଛି । ଏହାକୁ ନେଇ ଦର୍ଶକଙ୍କ ଭିତରେ ଢେର ଉତ୍ସାହ । ମେଗା ବଜେଟ୍‌ର ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ହିଁ ପ୍ରଭାସଙ୍କ ବାହୁବଳୀ-2ର ରେକର୍ଡ ଭାଙ୍ଗି ଦେଇଛି । ସ୍କ୍ରିନ୍‌ ଅକ୍ୟୁପେନ୍ସି ମାମଲାରେ ରଜନୀକାନ୍ତଙ୍କ ଫିଲ୍ମ ବାହୁବଳୀ-2କୁ ପଛରେ ପକାଇ ଦେଇଛି ।

ବଲିଉଡ୍‌ ହଙ୍ଗାମାର ରିପୋର୍ଟ ଅନୁସାରେ, 2.0କୁ ଭାରତରେ 6600-6800 ସ୍କ୍ରିନ୍‌ରେ ରିଲିଜ୍‌ କରାଯିବ । ବାହୁବଳୀ-2କୁ ପ୍ରାୟ 6,500 ସ୍କ୍ରିନ୍‌ରେ ରିଲିଜ୍‌ କରାଯାଇଥିଲା । ରଜନୀକାନ୍ତଙ୍କ ଫିଲ୍ମକୁ ଉତ୍ତର ଭାରତରେ 4000-4100 ସ୍କ୍ରିନ୍‌ ମିଳିଛି । ସେହିପରି 2.0କୁ ଆନ୍ଧ୍ର ଓ ତେଲେଙ୍ଗାନାରେ 1200-1250 ସ୍କ୍ରିନ୍‌ରେ ରିଲିଜ୍‌ କରାଯିବ । ତାମିଲନାଡୁରେ 600-625,କେରଳରେ 500-525 ଓ କର୍ଣ୍ଣାଟକରେ 300 ସ୍କ୍ରିନ୍‌ରେ ରିଲିଜ୍‌ କରାଯିବା ନେଇ ଖବର ଆସିଛି ।

ରିଲିଜ୍‌ ହେବା ପୂର୍ବରୁ ହିଁ 2.0 ଆୟ କଲା 120 କୋଟି

ଏହାଛଡ଼ା 2.0 ଆଡଭାନ୍ସ ବୁକିଂ ମାଧ୍ୟମରେ 120 କୋଟି ଟଙ୍କା ଆୟ କରିସାରିଛି । ଏହା ଏକ ରେକର୍ଡ । 2.0 ପ୍ରଥମ ତାମିଲ୍‌ ଫିଲ୍ମ ହେବ ଯାହା ସିନେମା ହଲ୍‌ରେ ରିଲିଜ୍‌ ହେବା ପୂର୍ବରୁ 100 କୋଟି କ୍ଲବ୍‌ରେ ସାମିଲ୍‌ ହୋଇଯାଇଛି । ଏହାର ବଜେଟ୍‌ 600 କୋଟି ବୋଲି କୁହାଯାଇଛି ।

Related Posts