ରାଜଧାନୀରେ ବଢିଲା ଅଟୋ ଭଡା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ତୈଳ ଦର ବୃଦ୍ଧି ଓ କରୋନା କଟକଣାକୁ ଦୃଷ୍ଟିରେ ରଖି ରାଜଧାନୀ ଅଟୋ-ରିକ୍ସା ମହାସଙ୍ଘ ଭଡା ବୃଦ୍ଧି କରିଛି। ଆସୋସିଏସନର ନିଷ୍ପତ୍ତି ଅନୁଯାୟୀ, ତିନି କିଲୋମିଟର ପାଇଁ ପ୍ରତ୍ୟେକ ଯାତ୍ରୀ ପିଛା ୨୦ ଟଙ୍କା ଓ ତା’ପରେ ୧ କିଲୋମିଟର ପିଛା ୧୦ ଟଙ୍କା ଧାର୍ଯ୍ୟ କରାଯାଇଛି। ରିଜର୍ଭେସନରେ ୩ କିଲୋମିଟରକୁ ଯାତ୍ରୀ ପିଛା ୫୦ ଟଙ୍କା ଦେବାକୁ ପଡିବ ଓ ତା ଠାରୁ ଅଧିକ ହେଲେ ପ୍ରତ୍ୟେକ କିଲୋମିଟର ପାଇଁ 15 ଟଙ୍କା ଧାର୍ଯ୍ୟ କରାଯାଇଛି। ମହାସଂଘର ସାଧାରଣ ସମ୍ପାଦକ ବିଜୟ କୁମାର ପଟ୍ଟନାୟକ ଏ ନେଇ ସୂଚନା ଦେଇଛନ୍ତି। ମହାସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ତୈଳ ଦର ବୃଦ୍ଧି ପାଉଥିବା ହେତୁ ଦର ବୃଦ୍ଧି ପାଇଁ ସଙ୍ଘ ପକ୍ଷରୁ ବାରମ୍ବାର ଦାବି କରାଯାଉଛି। କିନ୍ତୁ ପରିବହନ ବିଭାଗ ନୀରବ ରହିଛି। ୨୦୦୫ ମସିହା ପର ଠାରୁ ଆଉ ଦର ଧାର୍ଯ୍ୟ କରାଯାଇ ନାହିଁ। ଯେଉଁଥି ପାଇଁ ଡ୍ରାଇଭରମାନେ କୌଣସି ନିର୍ଦ୍ଦିଷ୍ଟ ଦର ଧାର୍ଯ୍ୟ ବିନା କାର୍ଯ୍ୟ କରୁଛନ୍ତି । ଏହାକୁ ନେଇ ଅନେକ ସମୟରେ ଡ୍ରାଇଭର ଏବଂ ଯାତ୍ରୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେଉଛି, ଯେଉଁଥିପାଇଁ ଆସୋସିଏସନ ଭଡା ସ୍ଥିର କରିବାକୁ ନିଷ୍ପତ୍ତି ନେଇଛି।

Related Posts