ଇସ୍ରୋ ବୈଜ୍ଞାନିକ ନମ୍ବି ନାରାୟଣ ମାମଲା, କେରଳ ପୁଲିସକୁ ସୁପ୍ରିମକୋର୍ଟଙ୍କ ନୋଟିସ


(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଇସ୍ରୋର ପୂର୍ବତନ ବରିଷ୍ଠ ବୈଜ୍ଞାନିକ ନମ୍ବି ନାରାୟଣ ମିଥ୍ୟା ଅଭିଯୋଗରେ ୧୯୯୪ ମସିହାରେ କେରଳ ପୁଲିସ ଦ୍ୱାରା ଗିରଫ ହୋଇଥିଲେ । ତେବେ ସୁପ୍ରିମକୋର୍ଟର ଗଠିତ ଜୈନ କମିଟି ଗରୁବାର ତାଙ୍କ ମାମଲାକୁ ସିଲ କରିବା ସହ ରିପୋର୍ଟର ସମସ୍ତ ବିଷୟବସ୍ତୁକୁ ଗୋପନୀୟ ରଖାଯିବ ବୋଲି ସ୍ପଷ୍ଟ କରିଛନ୍ତି । ଏବଂ ଏହି ମାମଲାର ଅଧିକ ଛାନଭିନ କରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅନ୍ୟପଟେ ୨୦୧୮ ମସିହାରେ ନବ୍ୱି ନାରାୟଣଙ୍କୁ ମିଥ୍ୟା ଆରୋପ ପାଇଁ ପୁଲିସର ହୋଇଥିବା ତ୍ରୁଟିକୁ ନେଇ ସୁପ୍ରିମକୋର୍ଟର ପୂର୍ବତନ ଜଷ୍ଟିସ ଦିପକ ମିଶ୍ର ଅଧିକାରୀଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଛାଡି କେରଳ ସରକାର ୧.୩ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ନିଷ୍ପତ୍ତି ନେଇଥିଲେ ।
ତେବେ ୧୯୯୪ ମସିହାରେ ନାରାୟଣ ଦୁଇ ଜଣ ମାଳଦ୍ୱୀପ ଗୁପ୍ତଚର ଅଧିକାରୀ ମରିୟମ ରସିଦା ଓ ଫୈଜିଆ ହାସନଙ୍କ ନିକଟରେ ଗୁରୁପୂର୍ଣ୍ଣ ପ୍ରତିରକ୍ଷା ତଥ୍ୟ ଲିକ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ପ୍ରତିରକ୍ଷା ଅଧିକାରୀଙ୍କ କହିବା ଅନୁସାରେ ରକେଟ ଏବଂ ଉପଗ୍ରହ ଉତକ୍ଷେପଣ ସହିତ ହୋଇଥିବା ପରୀକ୍ଷଣ “ଫ୍ଲାଇଟ ଟେଷ୍ଟ ଡାଟା” ସହିତ ଏହା ଜଡିତ । ଅନ୍ୟପଟେ ଏହି ତଥ୍ୟକୁ ସେ ବିପୁଳ ଅର୍ଥରେ ବ୍ରିକ୍ରି କରି ଦେଇଥିବାର ଆରୋପ ଲାଗିଥିଲା । ସବୁଠାରୁ ମୁଖ୍ୟକଥାଟି ହେଲା ଯେଉଁ ଟେକ୍ନୋଲଜି ପାଇଁ ତାଙ୍କ ବିରୁଦ୍ଧରେ ଆରୋପ ଲଗାଯାଉଥିଲା, ସେହି ସମୟରେ ଭାରତରେ ତାହା ବିକଶିତ ହୋଇନଥିଲା । ତେବେ ଏହି ଟେକ୍ନୋଲୋଜିଟି ଭାରତରେ କିଛି ବର୍ଷ ପୂର୍ବରୁ ୨୦୧୭ ମସିହାରେ ପରୀକ୍ଷା କରାଯାଇଥିଲା । ପରେ ପରେ ଏହି ଟେକ୍ନୋଲଜିକୁ ବ୍ୟବହାର କରି ଭାରତ ପ୍ରଥମ PSLV ପ୍ରସ୍ତୁତ କଲା । ଅନ୍ୟପଟେ ୧୯୯୪ ମସିହାରେ ହୋଇଥିବା ଦୁର୍ନୀତି ସମୟରେ ମାଳଦ୍ୱୀପର ମରିୟମ ନାସିଦାଙ୍କୁ ତିରୁବନନ୍ତପୁରମରୁ ଗିରଫ କରାଯାଇଥିଲା । ମରିୟମ ISROର କିଛି ରକେଟ ଇଞ୍ଜିନର ଛବିକୁ ପାକିସ୍ତାନକୁ ବିକ୍ରି କରୁଥିବାର ଅଭିଯୋଗ ଆସିଥିଲା । ଅନ୍ୟପଟେ ନାରାୟଣଙ୍କ ସହ ଡେପୁଟି ଡାଇରେକ୍ଟର ଡି ସାମି କୁମାରନଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଏମାନଙ୍କୁ ଛାଡି ରୁଷ ସ୍ପେସ ଏଜେନ୍ସିରେ ଭାରତୀୟ ପ୍ରତିନିଧି ଥିବା କେ ଚନ୍ଦ୍ରଶେଖର, ଶ୍ରମ କଣ୍ଟ୍ରାକ୍ଟର ଏସ.କେ ଶର୍ମା ଏବଂ ନାସିଦାଙ୍କ ବନ୍ଧୁ ଫେସିଆହାସନଙ୍କୁ ମଧ୍ୟ ରୁଷ ମହାକାଶ ଏଜେନ୍ସିରେ ଗିରଫ କରାଯାଇଥିଲା । ୨୦୧୯ ମସିହାରେ ନାମ୍ବି ନାରାୟଣଙ୍କୁ ଦେଶର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Related Posts