ନାଗ ସାପକୁ ବଙ୍ଗଳା ପୁଲିସର ଜେରା : ଅଡୁଆରେ ମିଥୁନ ଚକ୍ରବର୍ତ୍ତୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିରେ ସାମିଲ୍ ହୋଇଥିବା ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଆଜି କୋଲକାତା ପୁଲିସ ଜେରା କରିଛି। ନିର୍ବାଚନ ପ୍ରଚାର ସମୟରେ ତାଙ୍କର ଏକ ଭାଷଣକୁ ନେଇ ବିବାଦ ଦେଖାଦେଇଥିଲା । ଏହି ଘଟଣାରେ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଆଜି କୋଲକାତା ପୋଲିସ ପଚରାଉଚରା କରିଥିଲା। ମିଥୁନ ଚକ୍ରବର୍ତ୍ତୀ ଏପ୍ରିଲ-ମେ’ ମାସରେ ବେଙ୍ଗଲ ବିଧାନସଭା ନିର୍ବାଚନ ସମୟରେ ବିଜେପିର ତାରକା ପ୍ରଚାରକ ଥିଲେ। ମାର୍ଚ୍ଚ ୭ ରେ ମିଥୁନ ଦେଇଥିବା ଏକ ଉତ୍ତେଜନା ମୂଳକ ଭାଷଣକୁ ନେଇ ତାଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା। ଏହି ମାମଲାରେ ଆଜି କୋଲକାତା ପୋଲିସ ତାଙ୍କୁ ପଚରାଉଚରା କରିଥିଲା। ଏଫଆଇଆରରେ ଅଭିଯୋଗ କରାଯାଇଛି ଯେ ତାଙ୍କ ଭାଷଣ ସହ ନିର୍ବାଚନୀ ପରବର୍ତ୍ତୀ ହିଂସାର ଲିଙ୍କ ଥିଲା। ମିଥୁନ ଚକ୍ରବର୍ତ୍ତୀ ତାଙ୍କ ନାଁରେ ଦାୟର ହୋଇଥିବା ଏଫଆଇଆରକୁ ରଦ୍ଦ କରିବା ପାଇଁ କୋଲକାତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ କୋର୍ଟ ତଦନ୍ତକାରୀ ଅଧିକାରୀଙ୍କୁ ମିଥୁନ ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ୨୦୦୬ ମସିହାର ଚଳଚ୍ଚିତ୍ର “MLA Fatakeshto” ର ଏକ ଡାଇଲଗ୍ “”ମାର୍ବୋ ଏଖାନେ … ଲାଶ୍ ପର୍ବାଇ ଶୋଶାନେ (ମାରିବି ଏଠି, ମୃତଦେହ ସିଧା ପଡ଼ିବ ଶ୍ମଶାନରେ) କହିଥିଲେ। ” ଏହାକୁ ନେଇ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। “ଆମି ଜୋଲଧୋରାଓ ନୋଇ, ବେଲେ ବୋରାଓ ନୋଇ … ଆମି ଏକତା କୋବ୍ରା, ଏକ ଚୋବୋଲ-ଇ ଚୋବି (ମୋତେ ଏକ ନିରୀହ ସାପ ଭାବି ଭୁଲ କର ନାହିଁ, ମୁଁ ହେଉଛି କୋବ୍ରା, ଗୋଟିଏ ଷ୍ଟ୍ରାଇକ୍ ରେ ଫଟୋ ଉଠାଇ ଦିଏ ।” ନିର୍ବାଚନ ଫଳାଫଳ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଟିଏମସି ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ହିଂସା ଦେଖିବାକୁ ମିଳିଥିଲା । ଗତ ମାସରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ ନିର୍ବାଚନ ପରବର୍ତ୍ତୀ ହିଂସାରେ ଅତି କମରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି।

Related Posts