ସିଙ୍ଗିଲ୍ ଲାକ୍ଷାଦ୍ଵୀପ ଟ୍ରିପ୍ ପାଇଁ ୨୩ ଲକ୍ଷ ଟଙ୍କା ଖର୍ଚ୍ଚ କଲେ ପ୍ରଶାସକ ପ୍ରଫୁଲ ପଟେଲ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଲାକ୍ଷାଦ୍ଵୀପ ପ୍ରଶାସକ ପ୍ରଫୁଲ୍ଲ ଖେଡା ପଟେଲଙ୍କୁ ନେଇ ବିବାଦ ଥମିବାର ନାଁ ଧରୁନି। ପଟେଲ ନିଜର ଯାତାୟତର ପ୍ରତିଟି ଟ୍ରିପ୍ ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ଜଣାପଡୁଛି। ଗତ ଫେବ୍ରୁଆରି ୨୧ ତାରିଖରେ ଲାକ୍ଷାଦ୍ଵୀପ ପ୍ରଶାସକ ପ୍ରଫୁଲ୍ଲ ପଟେଲ ତିନି ଜଣ ଅଧିକାରୀଙ୍କ ସହ କୋଷ୍ଟଗାର୍ଡ ଡର୍ନିଅର୍ ବିମାନରେ ଦାମନରୁ ଲାକ୍ଷାଦ୍ଵୀପ ଫେରିବା ପାଇଁ ଲାକ୍ଷାଦ୍ଵୀପ ପ୍ରଶାସନ ୨୩,୨୧,୨୮୦ ଟଙ୍କା ମଞ୍ଜୁର କରିଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟର ଇନ୍ ଭ୍ଏସ୍ ଉତ୍ତରରେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଏବେ ବିବାଦ ବଢିବାରେ ଲାଗିଛି। ସେହିପରି ସୋମବାର ଦିନ ମଧ୍ୟ ଏକ କୋଷ୍ଟଗାର୍ଡ ଡର୍ନିଅର୍ ବିମାନ ନେଇ ଆଗାଟୀ ଯାଇଥିଲେ। ପଟେଲଙ୍କ ବିବାଦୀୟ ଆଇନକୁ ନେଇ ଲାକ୍ଷାଦ୍ଵୀପ ଜନତା ବିରୋଧ ପ୍ରଦର୍ଶନ କରୁଥିବା ମଧ୍ୟରେ ପ୍ରଶାସକଙ୍କ ଲକ୍ଷ ଲକ୍ଷ ଟଙ୍କାର ବିମାନ ଯାତ୍ରାକୁ ନେଇ ଏବେ ଅସନ୍ତୋଷ ବୃଦ୍ଧି ପାଇଛି। ଲାକ୍ଷାଦ୍ଵୀପର କାବାରତୀ ପଞ୍ଚାୟତର ସଦସ୍ୟ ନିଜାମୁଦ୍ଦିନ କହିଛନ୍ତି ଯେ, ” ପଟେଲ ପ୍ରଶାସନର ଖର୍ଚ୍ଚ ହ୍ରାସ କରିବା ପାଇଁ ଶହ ଶହ ସଂଖ୍ୟାରେ ଅସ୍ଥାୟୀ କର୍ମଚାରୀ ଏବଂ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏବଂ ସମାନ କାରଣ ଦର୍ଶାଇ ଚାଷ କାମ ମଧ୍ୟ ବନ୍ଦ ରହିଛି। କିନ୍ତୁ ଅପରପକ୍ଷରେ ପ୍ରଶାସକ ଗୋଟିଏ ଟ୍ରିପ୍ ରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିବାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ” ଏପଟେ ପଟେଲଙ୍କ ବିବାଦୀୟ ଡ୍ରାଫ୍ଟ ବିରୋଧରେ ଆନ୍ଦୋଳନ କରୁଥିବା ସେଭ୍ ଲାକ୍ଷାଦ୍ଵୀପ ଫୋରମ (SLF) ଭାରତୀୟ ଜନତା ପାର୍ଟିକୁ ଏହି ଫୋରମରୁ ବାହାର କରିଦେଇଛନ୍ତି। ଲାକ୍ଷ୍ବାଦୀପ ବିଜେପି ଦାୟିତ୍ୱରେ ଥିବା ଅବଦୁଲ୍ଲାକୁଟ୍ଟୀଙ୍କ ଏକ ଭାଇରାଲ ଅଡିଓ କ୍ଲିପ୍ ଯେଉଁଥିରେ ସେ SLF ସହ ସହଯୋଗ ନକରିବା ପାଇଁ କହୁଥିବା ନେଇ ଶୁଣିବାକୁ ମିଳୁଛି। ଏହି ରେକର୍ଡିଂ ବାହାରକୁ ଆସିବା ପରେ ବିଜେପିକୁ SLF ରୁ ବାହାର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ସେଭ୍ ଲାକ୍ଷ୍ବାଦୀପ ଫୋରମ୍ ସଦସ୍ୟ କହିଛନ୍ତି।

Related Posts