ବାରବାଟୀ ଷ୍ଟାଡିୟମ୍‌ ଟି-ଟ୍ୱେଣ୍ଟି ପାଇଁ ଶେଷ ହୋଇଛି ପ୍ରଶାସନିକ ବୈଠକ: ଅନଲାଇନରେ ଜୁନ ୧ ରୁ ଟିକେଟ ବିକ୍ରୀ ଆରମ୍ଭ

କଟକ: ବାରବାଟୀ ଷ୍ଟାଡିୟମ୍‌ ଖେଳାଯିବ ଟି-ଟ୍ୱେଣ୍ଟି ମ୍ୟାଚ୍ । ତେବେ ମ୍ୟାଚ ପୂର୍ବରୁ ଶେଷ ହୋଇଛି ପ୍ରଶାସନିକ ବୈଠକ । ବୈଠକ ପରେ କ୍ରୀଡା ସଚିବ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପୂର୍ଣ୍ଣ କ୍ଷମତାରେ ମ୍ୟାଚ୍ ଦେଖି ପାରିବେ ଦର୍ଶକ ।

ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସ କମିଶନର ମଧ୍ୟ ସୂଚନା ଦେଇଛନ୍ତି । ମ୍ୟାଚ୍ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ହେବ । ଖେଳାଳି ମାନେ ଜୁନ ୧୦ ରେ ପହଞ୍ଚିବେ । ଖେଳାଳି ମାନଙ୍କ ଆସିବା ଠାରୁ ଯିବା ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ହେବ ବୋଲି କମିଶନର୍‌ କହିଛନ୍ତି ।

ସେପଟେ ଖେଳ ପୂର୍ବରୁ ଟିକେଟ ବିକ୍ରି ପାଇଁ ବିଶେଷ ବ୍ୟବସ୍ଥା କରଯାଇଛି । ବାରବାଟୀ ପରିସରରେ ମଧ୍ୟ ପୋଲିସ ବିଶେଷ ଦାୟୀତ୍ବ ନିଭେଇବ । ଅଗ୍ନି ନିରାପତ୍ତା ବ୍ୟବସ୍ଥା ପାଇଁ ଅଗ୍ନିଶମ ବାହିନୀକୁ ନିର୍ଦ୍ଦେଶ ହୋଇଛି । ପାର୍କିଂ ଲାଗି ସ୍ଵତନ୍ତ୍ର ବ୍ୟବସ୍ଥା ହେବ । ଟିକେଟ କଳାବଜାରୀ ରୋକିବାକୁ ବିଶେଷ ବ୍ୟବସ୍ଥା ହେବ ବୋଲି ସିପି କହିଛନ୍ତି ।

ଅନଲାଇନରେ ଜୁନ ୧ ରୁ ଟିକେଟ ବିକ୍ରି ହେବ । ୯ ତାରିଖରୁ କାଉଣ୍ଟର ଟିକେଟ ବିକ୍ରି ହେବ ବୋଲି ଓସିଏ ସମ୍ପାଦକ କହିଛନ୍ତି । ଗ୍ୟାଲେରୀ ଦର ବଢ଼ିବ ନାହିଁ । ଏଲଇଡି ଫ୍ଲଡ ଲାଇଟରେ ଏହା ପ୍ରଥମ ମ୍ୟାଚ ହେବ । ବର୍ଷା ହେଲେବି ମ୍ୟାଚ୍ ପ୍ରଭାବିତ ନହେବା ପାଇଁ ସ୍ୟାଣ୍ଡ ବେସଡ୍ ଗ୍ରାଉଣ୍ଡର ବ୍ୟବସ୍ଥା ହୋଇଛି ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି ।

Related Posts