ବାରାମୁଲ୍ଲା ହେଲା କାଶ୍ମୀରର ପ୍ରଥମ ଆତଙ୍କବାଦୀ ମୁକ୍ତ ଜିଲ୍ଲା

ଜାମ୍ମୁ ଓ କାଶ୍ମୀରର ବାରାମୁଲ୍ଲା ଜିଲ୍ଲାକୁ ରାଜ୍ୟର ସର୍ବପ୍ରଥମ ଆତଙ୍କବାଦୀ ମୁକ୍ତ ଭାବେ ଘୋଷଣା କରାଯାଇଛି । ଜାମ୍ମୁ ଓ କାଶ୍ମୀରର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହ ଏ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆଜି ତାରିଖରେ ବାରାମୁଲ୍ଲା ଜିଲ୍ଲାରେ ଜଣେ ବି ଆତଙ୍କବାଦୀ ଜୀବିତ ନାହାନ୍ତି ।

ବୁଧବାର ସୁରକ୍ଷାବାହିନୀଙ୍କ ଏନ୍‌କାଉଣ୍ଟରରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର- ଇ- ତଇବାର ୩ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଫଳରେ ବାରାମୁଲ୍ଲାରେ ଆଉ ଜଣେ ହେଲେ ବି ଆତଙ୍କବାଦୀ ଜୀବିତ ନାହାନ୍ତି । ବାରାମୁଲ୍ଲା ଆତଙ୍କବାଦୀ ସଂଗଠନ ହିଜବୁଲର ଗଡ଼ ଥିଲା ।

Related Posts