ହରିଆଣା ଗୁରୁଗ୍ରାମରେ ନିର୍ମାଣଧୀନ କୋଠା ଭୁଶୁଡ଼ିବା ଘଟଣାରେ ଏବେ ସୁଦ୍ଧା ୬ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଏବେ ବି ୬ରୁ ୭ଜଣ ଲୋକ ଭଗ୍ନାଂବଶେଷ ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି ।
ଗୁରୁଗ୍ରାମ ଜିଲ୍ଲାର ଉଲ୍ଲାୱାସ ଗାଁରେ ଥିବା ଏକ ୪ ମହଲା କୋଠା ଗୁରୁବାର ସକାଳେ ଭୁଶୁଡ଼ି ପଡ଼ିଥିଲା । ଫଳରେ ୧୨ରୁ ଅଧିକ ଲୋକ ଫସି ରହିଥିଲେ । ଘଟଣାସ୍ଥଳରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୧୨୫ ଜଣିଆ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।
ବିଲଡିଂର ୩ଟି ମହଲାରେ ଲୋକେ ରହୁଥିବା ବେଳେ ଏହା ଉପରେ ନିର୍ମାଣ କାମ ଚାଲିଥିଲା । ସେପଟେ ବିଲଡିଂର ମାଲିକ ଫେରାର ହୋଇଯାଇଛନ୍ତି । ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି ।