‘ଜଣେ ଝିଅ ହୋଇ ଝିଅ ମାନଙ୍କ କଷ୍ଟ ବୁଝିବେ ନାହିଁ କି?’; ସମ୍ବଲପୁର ଜିଲ୍ଲାପାଳଙ୍କୁ ଅଭିଭାବକଙ୍କ ପ୍ରଶ୍ନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜିଲ୍ଲାପାଳ ଜଣେ ଝିଅ ହୋଇ ଝିଅ ମାନଙ୍କ କଷ୍ଟ ବୁଝିବେ ନାହିଁ କି? ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ କିଛି ଏଭଳି ପ୍ରଶ୍ନ କରିଛନ୍ତି ସମ୍ବଲପୁରର ଲେଡି ଲୁଇସ ଗାର୍ଲସ ହାଇସ୍କୁଲର ଅଭିଭାବକ ମାନେ। ସ୍ଥାନୀୟ ଅଂଚଳର ଏହି ବିଦ୍ୟାଳୟଟି ବହୁ ପୁରାତନ ଓ ଖ୍ୟାତି ସମ୍ପନ୍ନ ହୋଇଥିଲା ମଧ୍ୟ ଏଠାରେ ସ୍ଥାୟୀ ପ୍ରଧାନଶିକ୍ଷକ ନଥିବା ପ୍ରତିବାଦରେ ଆଜି ଏହିସ୍କୁଲରେ ଅଭିଭାବକ ଓ ଅଭିଭାବିକା ମାନେ ପହଞ୍ଚି ପ୍ରତିବାଦ କରି ସ୍କୁଲରେ ତାଲା ପକାଇଦେଇଛନ୍ତି।

ଏଠାରେ ପ୍ରଧାନଶିକ୍ଷକ ଥିବା ଉଜାଗର ପ୍ରଧାନଙ୍କର ଯୁଯୁମରା ବ୍ଲକ ଶିକ୍ଷାଧିକାରୀ ଭାବେ ବଦଳି ହୋଇଯାଇଛି | ଏହାପୂର୍ବରୁ ବିଦ୍ୟାଳୟର ଅନ୍ୟ ଶିକ୍ଷକ/ଶିକ୍ଷୟତ୍ରୀଙ୍କର ପଦୋନ୍ନତି ହୋଇ ଅନ୍ୟ ସ୍କୁଲକୁ ବଦଳି ହୋଇଥିଲା | ଆଉ ଉଜାଗର ପ୍ରଧାନଙ୍କ ବଦଳି ପରେ ଏବେ ପ୍ରଧାନଶିକ୍ଷକ ପଦ ଖାଲି ରହିଛି | ହାଇସ୍କୁଲରେ ନିୟମିତ ପ୍ରଧାନଶିକ୍ଷକ ଦାବି କରି ଛାତ୍ରୀମାନେ ନିକଟରେ ଜିଲ୍ଲାପାଳଙ୍କୁ ମଧ୍ୟ ଭେଟିଥିଲେ | କିନ୍ତୁ ଛାତ୍ରୀ ମାନଙ୍କ ଦାବି ନେଇ ଜିଲ୍ଲାପାଳଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାରୁ ଆଜି ଅଭିଭାବିକାମାନେ ସ୍କୁଲରେ ପହଂଚି ପ୍ରତିବାଦ କରି ତାଲା ପକାଇ ଜିଲ୍ଲାପାଳଙ୍କୁ ଏଭଳି ପ୍ରଶ୍ନ କରିଥିଲେ ।

Related Posts