କୋଭିଡରେ ପ୍ରାଣ ହରାଇଥିବା ଡାକ୍ତର ମାନଙ୍କ ପାଇଁ ‘ଭାରତ ରତ୍ନ’ ଦାବି କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋରୋନା ମହାମାରୀ ବିରୋଧରେ ଲଢେଇ କରି ପ୍ରାଣ ହରାଇଥିବା ଡାକ୍ତର , ନର୍ସ ଏବଂ ପାରାମେଡିକାଲ କର୍ମଚାରୀଙ୍କୁ ଚଳିତ ବର୍ଷ ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ‘ଭାରତ ରତ୍ନ’ ଦାବି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । କୋଭିଡ୍ ରେ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ସେବା କର୍ମଚାରୀଙ୍କ ପାଇଁ ଏହା ଉପଯୁକ୍ତ ସମ୍ମାନ ହେବ ବୋଲି କେଜରିୱାଲ କହିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଟ୍ବିଟ୍ କରି କହିଛନ୍ତି ଯେ କୋଭିଡ୍ ଡ୍ୟୁଟିରେ ଥାଇ ପ୍ରାଣ ହରାଇଥିବା ଡାକ୍ତର ଏବଂ ଅନ୍ୟ ସ୍ବାସ୍ଥ୍ୟ ସେବା କର୍ମଚାରୀଙ୍କ ପାଇଁ ‘ଭାରତ ରତ୍ନ’ ହିଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ଚଳିତ ବର୍ଷ ଭାରତୀୟ ଡାକ୍ତର ଅର୍ଥାତ୍ ସମସ୍ତ ଡକ୍ଟର, ନର୍ସ ଓ ପାରାମେଡିକସ୍ ‘ଭାରତ ରତ୍ନ’ ପାଇବା ଉଚିତ୍ । ଶହୀଦ ଡାକ୍ତରଙ୍କ ପାଇଁ ଏହା ଏକ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ଯେଉଁମାନେ ସେମାନଙ୍କ ଜୀବନ ବିଷୟରେ ଚିନ୍ତା ନକରି ନିରନ୍ତର ସେବା ଯୋଗାଉଥିଲେ ଏହା ସେମାନଙ୍କ ପାଇଁ ସମ୍ମାନ ହେବ । ଏଥିରେ ସମଗ୍ର ଦେଶ ଖୁସି ହେବ ବୋଲି କେଜରିୱାଲ ଟ୍ବିଟରେ କହିଛନ୍ତି। “

ଜୁନ୍ ମଧ୍ୟଭାଗରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ଦ୍ବାରା ଜାରି ତଥ୍ୟ ଅନୁଯାୟୀ ଦ୍ୱିତୀୟ ତରଙ୍ଗରେ ପ୍ରାୟ 730 ଡାକ୍ତର କରୋନାଭାଇରସ୍ ସଂକ୍ରମଣରେ ପ୍ରାଣ ହରାଇଛନ୍ତି । ବିହାରରେ ସର୍ବାଧିକ 115 ଜଣଙ୍କ ମୃତ୍ୟୁ ଘଟିଛି, ତା’ପରେ ଦିଲ୍ଲୀ 109, ଉତ୍ତରପ୍ରଦେଶ 79, ପଶ୍ଚିମବଙ୍ଗରେ 62, ରାଜସ୍ଥାନରେ 43,ଝାଡଖଣ୍ଡରେ 39 ଏବଂ ଆନ୍ଧ୍ରପ୍ରଦେଶରେ 38 ରେ ପହଞ୍ଚିଛି। ଆଇଏମଏ ଅନୁଯାୟୀ, ମହାମାରୀର ପ୍ରଥମ ଲହରରେ 748 ଡାକ୍ତରଙ୍କର ମୃତ୍ୟୁ ହୋଇଥିଲା।

Related Posts