ଆପର ଭୁବନେଶ୍ୱର ମେୟର ପ୍ରାର୍ଥୀ ସରୋଜିନୀ ଖୁଣ୍ଟିଆ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆମ ଆଦମି ପାର୍ଟିର ଭୁବନେଶ୍ୱର ମେୟର ପ୍ରାର୍ଥୀ ହେଲେ ସରୋଜିନୀ ଖୁଣ୍ଟିଆ । ଏନେଇ ସୂଚନା ଦେଲେ ଆପ ପାର୍ଟିର ରାଜ୍ୟ ସଂଯୋଜକ ନିଶିକାନ୍ତ ମହାପାତ୍ର । ସେପଟେ ସରୋଜିନୀ ଜଣେ ଗୃହିଣୀ ହୋଇଥିଲେ ମଧ୍ୟ ଇଣ୍ଡିଆ ଏଗେନଷ୍ଟ କରପଶନ ଅଭିଯାନରେ ସାମିଲ ହୋଇଥିଲେ । ଏହା ସହ ଫାଇଲିନ ବାତ୍ୟା ସମୟରେ ବିଶ୍ୱବ୍ୟାଙ୍କଠାରୁ ଆସିଥିବା ଟଙ୍କାର ଅନିୟମିତତା ଅଭିଯୋଗରେ ସାତପଡ଼ାଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ହୋଇଥିବା ପଦଯାତ୍ରା ତଥା ମଦମୁକ୍ତି ଅଭିଯାନ ଭଳି ବହୁ ସମାଜିକ କାର୍ଯ୍ୟରେ ସରୋଜିନୀ ନିଜକୁ ସାମିଲ କରିଥିଲେ ।

ଅନ୍ୟପଟେ ଆପ ପକ୍ଷରୁ ବିଏମସି ନିର୍ବାଚନ ପାଇଁ ଏକ ଇୃାହାର ପତ୍ର ଜାରି କରାଯାଇଛି । ମହାନଗର ନିଗମ ଅଧୀନ ସ୍କୁଲ ଓ ଡାକ୍ତରଖାନା ସଂଖ୍ୟା ବୃଦ୍ଧି ସହ ଦିଲ୍ଲୀ ଢ଼ାଞ୍ଚାରେ ଅତ୍ୟାଧୁନୀକରଣ ଓ ପ୍ରଭାବୀ କରିବା, ବର୍ଦ୍ଧିତ ହୋଲ୍ଡିଂ ଟିକସ ଓ ଆବର୍ଜନା ଉଠାଣ ଦେୟ ପ୍ରତ୍ୟାହାର, ବର୍ଷାଜଳଜନିତ ବନ୍ୟାର ନିରାକରଣ, ଉଠା ଦୋକାନୀଙ୍କ ସମସ୍ୟାର ସମାଧାନ ଆଦି ବହୁ ପ୍ରତିଶୃତି ରହିଛି ।

Related Posts