ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦେଶାଳୟ ର ହେପାଜତରେ ଟିମ୍‌ ଶିବସେନା ସାଂସଦ ସଞ୍ଜୟ ରାଉତ । ଆଜି ସକାଳୁ ଇଡି ପକ୍ଷରୁ ବାସଭବନରେ ଚଢ଼ାଉ ହୋଇଥିଲା । ଏହି ଚଢ଼ାଉ ସମୟରେ ସଞ୍ଜୟ ରାଉତ କହିଥିଲେ ଯେ, କ‌ୌଣସି ଦୁର୍ନୀତି ବ୍ୟାପାରରେ ମୋର ସମ୍ପୃକ୍ତି ନାହିଁ। ‘ଶିବସେନା’ ମୁଖ୍ୟ ବାଲାସାହେବ ଠାକ୍‌ରେଙ୍କ ରାଣ ଖାଇ ମୁଁ ଏକଥା କହୁଛି। ବାଲାସାହେବ ଆମକୁ ସଂଗ୍ରାମ କରିବା ଶିଖାଇଥିଲେ। ମୁଁ ‘ଶିବସେନା’ ପାଇଁ ଲଢ଼ିବି। ଅକାରଣ କାର୍ଯ୍ୟାନୁଷ୍ଠାନ। ମିଥ୍ୟା ପ୍ରମାଣ। ମୁଁ ‘ଶିବସେନା’ ଛାଡ଼ିବି ନାହିଁ। ମରିବି ପଛେ ଆତ୍ମସମର୍ପଣ କରିବି ନାହିଁ। ଜୟ ମହାରାଷ୍ଟ୍ର।

ତାଙ୍କ ତାଙ୍କର ଏଭଳି ଟ୍ବିଟ କୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଟାର୍ଗେଟ କରିଛନ୍ତି । ସିନ୍ଦେ କହିଛନ୍ତି ଯେ, ରାଉତ କୌଣସି ଭୁଲ କରିନାହାଁନ୍ତି ବୋଲି କହୁଛନ୍ତି। ତେଣୁ ସେ ଭୟଭୀତ ହେବାର କୌଣସି କାରଣ ନାହିଁ।

ଯଦି ଇଡିର କାର୍ଯ୍ୟକଳାପକୁ କେହି ଭୟ କରୁଛନ୍ତି ତେବେ ସେମାନେ ବିଜେପି ସହ କି ଆମ ସହ ଯୋଗଦେବା ଉଚିତ ନୁହେଁ। ଯଦି କେନ୍ଦ୍ର ସରକାରଙ୍କ ଭୟରେ ଇଡି କାର୍ଯ୍ୟ କରୁଛି, ତା’ହେଲେ ସୁପ୍ରିମକୋର୍ଟ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ସିନ୍ଦେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଜୁଲାଇ ୨୦ ଏବଂ ଜୁଲାଇ ୨୭ ତାରିଖରେ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବାକୁ ଆସିଥିବା ସମନ୍‌ ଏଡ଼ାଇବା ପରେ ଆଜି ସକାଳେ ପ୍ରବର୍ତ୍ତନ ନିର୍ଦେଶାଳୟ ତଦନ୍ତକାରୀ ଟିମ୍‌ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ବାସଭବନରେ ପହଞ୍ଚିଥିଲେ। ମୁମ୍ବାଇର ପତ୍ରା ‘ଚଲ୍‌’ର ପୁନଃବିକାଶ କାର୍ଯ୍ୟରେ ହୋଇଥିବା ଅନିୟମିତା ବିଷୟରେ ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କୁ ଜେରା କରିବାକୁ ଚାହୁଁଥିଲା।