୨୦୨୪ ସାଧାରଣ ନିର୍ବାଚନରେ ଭାଜପା ଶାସନ କ୍ଷମତା ହାସଲ କରି ପାରିବ ନାହିଁ : ମମତା ବାନାର୍ଜୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାଜୀ ବୁଧବାର ପୁଣିଥରେ ଭାରତୀୟ ଜନତା ପାର୍ଟି ଉପରେ ଖୁବ୍ ବର୍ଷିଛନ୍ତି । ମମତା କହିଛନ୍ତି ଏହା ନିଶ୍ଚିତ ଯେ ୨୦୨୪ ସାଧାରଣ ନିର୍ବାଚନରେ ଭାଜପା ଶାସନ କ୍ଷମତା ହାସଲ କରି ପାରିବ ନାହିଁ । ତ୍ରୁଣମୂଳ କଂଗ୍ରେସର ଅଧ୍ୟକ୍ଷା ମମତା କହିଛନ୍ତି, ଭାଜପାର କିଛି କାମ ନାହିଁ, କେବଳ ୩-୪ଟି ଏଜେନ୍ସି ଜରିଆରେ ରାଜ୍ୟ ସରକାରଙ୍କୁ ନିଜ ହାତକୁ ନେବା ।ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଭାଜପା ମହାରାଷ୍ଟ୍ର ଉପରେ କବଜା କଲା, ଏବେ ନଜର ରହିଛି ଝାଡ଼ଖଣ୍ଡ ଉପରେ । ହେଲେ ପଶ୍ଚିମବଙ୍ଗରେ ସରକାର ଭାଙ୍ଗିବାରେ ସଫଳ ହେବନାହିଁ ଭାଜପା । ପଶ୍ଚିମବଙ୍ଗକୁ ଭାଙ୍ଗିବା ଏତେ ସହଜ ନୁହେଁ । କାରଣ ଏଠାରେ ପ୍ରଥମେ ଭାଜପାକୁ ରୟାଲ ବେଙ୍ଗଲ ଟାଇଗର ସହ ଲଢିବାକୁ ପଡିବ ।

Related Posts