ଉତ୍ତରାଖଣ୍ଡ ପାଇଁ ବିଜେପି ଜାରି କଲା ମେନିଫେଷ୍ଟୋ; ମହିଳାଙ୍କୁ ତିନୋଟି ସିଲିଣ୍ଡର ଦେବା ସହ ପ୍ରତ୍ୟେକ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବାର ଦେଲା ପ୍ରତିଶୃତି

ଉତ୍ତରାଖଣ୍ଡ(ସତ୍ୟପାଠ ବ୍ୟୁରୋ): ଉ ତ୍ତରାଖଣ୍ଡ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଦଳମାନେ ପ୍ରଚାର ଜୋରଦାର କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ଭାରତୀୟ ଜନତା ପାର୍ଟି ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ନିଜର ମେନିଫେଷ୍ଟୋ ପ୍ରକାଶ କରିଛି । ବିଜେପି ଏହାର ନାମ ଉତ୍ତରାଖଣ୍ଡ ଋଷି ପତ୍ର ରଖିଛି । ଏହି ମେନିଫେଷ୍ଟୋରେ ଉତ୍ତରପ୍ରଦେଶର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ ବୋଲି ବିଜେପି ପ୍ରତିଶୃତି ଦେଇଛି। ତେବେ ଋଷି ପତ୍ର କେନ୍ଦ୍ରମନ୍ତ୍ରୀ ନୀତିନ ଗଙ୍ଗ଼କରୀଙ୍କ ଦ୍ୱାରା ବିମୋଚନ କରାଯାଇଛି । ଏହି ମେନିଫେଷ୍ଟୋରେ, ମନରେଗା ଶ୍ରମିକମାନଙ୍କର ଦରମାକୁ ପର‌୍ୟ୍ୟାୟକ୍ରମେ ବୃଦ୍ଧି କରିବାକୁ କୁହାଯାଇଛି ।

ଏହା ସହ ଉତ୍ତରାଖଣ୍ଡର ପ୍ରତ୍ୟେକ ଗାଁରେ ଶକ୍ତିଶାଳୀ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ପ୍ରତିଷ୍ଠା ହେବ । ଏଥିସହିତ, ପିଏମ-ବାଣି ଯୋଜନା ମାଧ୍ୟମରେ ପ୍ରତ୍ୟେକ ଗ୍ରାମରେ ୱାଇ-ଫାଇ ହଟ ସ୍ପଟ ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଛି । ଏହି ମେନିଫେଷ୍ଟୋରେ ବିଜେପି ଉତ୍ତରାଖଣ୍ଡର ପ୍ରତ୍ୟେକ ବ୍ଲକରେ କିସାନ ମଣ୍ଡି ପ୍ରତିଷ୍ଠା କେରିବାର ପ୍ରତିଶୃତି ଦେଇଛି । ଏହା ବ୍ୟତୀତ ରାଜ୍ୟରେ ପଶୁପାଳନ ହେତୁ ଫସଲର କ୍ଷତିକୁ ହ୍ରାସ କରାଯିବ ବୋଲି କୁହାଯାଇଛି । ସେପଟେ ଗରିବ ମହିଳାଙ୍କୁ ତିନୋଟି ଏଲପିଜି ସିଲିଣ୍ଡର ଦେବାର ବିଜେପି ସରକାର ପ୍ରତିଶୃତି ଦେଇଛି ।

Related Posts