ଯଦି ମୁଁ ଉତ୍ତରାଖଣ୍ଡରେ ମୁସଲିମ ବିଶ୍ୱବିଦ୍ୟାଳୟ ଖୋଲିବା ବିଷୟରେ କହିଥିବି, ତାହାଲେ ରାଜନୀତି ନୁହଁ ବରଂ ମୋର ଜୀବନକୁ ତ୍ୟାଗ କରିଦେବି: ହରିଶ ରାୱତ

ଉତ୍ତରାଖଣ୍ଡ(ସତ୍ୟପାଠ ବ୍ୟୁରୋ): ଆଉ ମାତ୍ର କିଛି ଦିନ ପରେ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଏପରିକି କ୍ଷମତାକୁ ଆସିବା ପାଇଁ ରାଜନୈତିକ ଦଳମାନେ ବିଭିନ୍ନ ପ୍ରକାରର ନୂଆ ନୂଆ ଯୋଜନା ନେଇ ଲୋକଙ୍କ ପାଖକୁ ଯିବାରେ ଲାଗିଛନ୍ତି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନକୁ ଦୃଷ୍ଟିରେ ରଖି ଏକ ଭର୍ଚୁଆଲ୍ ରାଲି କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ତେରାଇର ଗଦରପୁର, ଜସପୁର, ଖଟିମା, ହାଲଡୱାନି, ରୁଦ୍ରପୁର ଏବଂ ନାନକମାତା ଭଳି ବିଧାନସଭା ନିର୍ବାଚନମଣ୍ଡଳୀକୁ ସମ୍ବୋଧିତ କରିଛନ୍ତି। ସେପଟେ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ‘ମୁସଲିମ ବିଶ୍ୱବିଦ୍ୟାଳୟ ଖୋଲିବା’ ପ୍ରସଙ୍ଗ ଗରମ ହେବାରେ ଲାଗିଛି। ବାସ୍ତବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଆପତ୍ତିଜନକ ରାଜନୀତି କରିଥାଏ ବୋଲି କହିଛନ୍ତି । ଏଭଳି ପରିସ୍ଥିତିରେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ ଯଦି ଏପରି ମୁଁ କେତେ କହିଥିବି, ତାହାଲେ ମୁଁ ମୋ ଜୀବନକୁ ତ୍ୟାଗ କରିଦେବି ।

ଏ ଖବର ସାମ୍ନାକୁ ଆସିବା ପରେ ଉତ୍ତରାଖଣ୍ଡର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ଅନ୍ୟପଟେ ଉତ୍ତରାଖଣ୍ଡ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଏକ ଭର୍ଚୁଆଲ୍ ରାଲି କରିବାବେଳେ ମୋଦୀ ତେରାଇର ଗଦରପୁର, ଜାସପୁର, ଖତିମା, ହାଲଡୱାନି, ରୁଦ୍ରପୁର ଏବଂ ନାନକମାତା ଭଳି ବିଧାନସଭା ନିର୍ବାଚନମଣ୍ଡଳୀକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ମୁସଲିମ ବିଶ୍ୱବିଦ୍ୟାଳୟ ସମ୍ବନ୍ଧରେ କଂଗ୍ରେସକୁ ଘେରି ଥିବାର ଦେଖିବାକୁ ମିଳିଛି । ସେ କହିଛନ୍ତି ଯେ ରାଜ୍ୟରେ ଏଭଳି ଆପତ୍ତିଜନକ ରାଜନୀତି ହେବା ଉଚିତ ନୁହେଁ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଅଭିଯୋଗ ଉପରେ ହରିଶ ରାୱତ କହିଛନ୍ତି ଯେ ମୋଦୀ ଜୀ କେବଳ ବୟାନ ବାଜି ହିଁ କରନ୍ତି ।

ଯଦି ମୁଁ କିମ୍ବା କୌଣସି କଂଗ୍ରେସ ନେତା ମୁସଲିମ ବିଶ୍ୱବିଦ୍ୟାଳୟ ଖୋଲିବାକୁ ଏକ ବିବୃତ୍ତି ଦେଇଛନ୍ତି , ତେବେ ମୁଁ କେବଳ ରାଜନୀତି ଛାଡିବି ନାହିଁ ବରଂ ମୋର ଜୀବନ ମଧ୍ୟ ଛାଡିବି। ବିଜେପି କେବଳ ମିଥ୍ୟା ପ୍ରଚାର କରୁଛି। ଆମେ କଦାପି ମୁସଲିମ ବିଶ୍ୱବିଦ୍ୟାଳୟ ବିଷୟରେ କଥାବାର୍ତ୍ତା କରିନାହୁଁ ବୋଲି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts