ରାସନ ସାମଗ୍ରୀ ହଡପ କରିଥିବା ଅଭିଯୋଗରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇଙ୍କ ନାଁରେ ମାମଲା ରୁଜୁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇ ସୌମେନ୍ଦ୍ର ଅଧିକାରୀଙ୍କ ବିରୋଧରେ ଆସିଛି ସାଙ୍ଘାତିକ ଅଭିଯୋଗ। ପଶ୍ଚିମବଙ୍ଗ ରାଜଧାନୀ କୋଲକାତାଠାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଥିବା କାନ୍ତି ମୁନସିପାଲଟିକୁ ଆସିଥିବା ରିଲିଫ ସାମଗ୍ରୀ ହଡପ କରିଥିବା ଅଭିଯୋଗରେ ଦୁଇଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । କାନ୍ତି ପୋଲିସ ଷ୍ଟେସନରେ ମ୍ୟୁନିସିପାଲିଟି ଆଡମିନିଷ୍ଟ୍ରେଟିଭ୍ ବୋର୍ଡର ସଦସ୍ୟ ରତ୍ନାଦୀପ ମାନ୍ନାଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଥିଲା।ସୂଚନା ମୁତାବକ “୨୯ ମଇ ୨୦୨୧ ଦିନ ୧୨.୩୦ ରେ ସୁଭେନ୍ଦୁ ଆଧିକାରୀ ଏବଂ ତାଙ୍କ ଭାଇ ତଥା ପୂର୍ବତନ ମୁନସିପାଲଟି ମୁଖ୍ୟ ସୌମେନ୍ଦ୍ର ଅଧିକାରୀ ନିର୍ଦ୍ଦେଶ କ୍ରମେ ମୁନସିପାଲଟି କାର୍ଯ୍ୟାଳୟ ଗୋଡାଉନ୍ ଠାରୁ ବଳପୂର୍ବକ ଲକ୍ଷାଧିକ ଟଙ୍କାର ରାସନ ସାମଗ୍ରୀ ହଡପ କରାଯାଇଥିବାର ଅଭିଯୋଗ ହୋଇଛି। ଜୁନ୍ ୧ ରେ କାନ୍ତି ପୋଲିସ ଷ୍ଟେସନରେ ରତ୍ନାଦୀପ ମାନ୍ନାଙ୍କ ଦ୍ୱାରା ଅଭିଯୋଗ ଦାଖଲ କରାଯାଇଥିଲା । ଏହି ହଡପରେ ବିଜେପି ନେତାମାନେ କେନ୍ଦ୍ରୀୟ ସୁରକ୍ଷା ବଳର ସହାୟତା ନେଇଥିବା ଅଭିଯୋଗ ହୋଇଛି । ଏହି ମାମଲା ସେହି ଦିନ ଦାୟର କରାଯାଇଥିଲା ଯେତେବେଳେ ସୁଭେନ୍ଦୁ ଆଧିକାରୀଙ୍କ ଘନିଷ୍ଠ ସହଯୋଗୀଙ୍କୁ ଏକ ଠକେଇ ମାମଲାରେ କୋଲକାତା ପୋଲିସ ଗିରଫ କରିଥିଲା। ୨୦୧୯ ରେ ଜଳ ସମ୍ପଦ ବିଭାଗରେ ଜଣଙ୍କୁ ଚାକିରୀ କରେଇଦେବା ନେଇ ଠକିଥିବା ଅଭିଯୋଗରେ ଶୁଭେନ୍ଦୁ ଅଧିକାରୀଙ୍କ ଘନିଷ୍ଠ ସହଯୋଗୀଙ୍କୁ ଗିରଫ କରାଯାଇଛି । ଗିରଫ ସହଯୋଗୀ ଜଣକ ହେଲେ ରାଖେଲ ବେରା ନଭେମ୍ବର ମାସ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବାନାର୍ଜୀଙ୍କ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ସୁଭେନ୍ଦୁ ଆଧିକାରୀ ଡିସେମ୍ବର ୨୦୨୦ ରେ ବିଜେପିରେ ଯୋଗ ଦେଇଥିଲେ। ସେ ବର୍ତ୍ତମାନ ବେଙ୍ଗଲ ବିଧାନସଭାରେ ବିରୋଧୀ ଦଳର ନେତା ଅଛନ୍ତି । ଚଳିତ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ନିର୍ବାଚନମଣ୍ଡଳୀରେ ଶୁଭେନ୍ଦୁ ଅଧିକାରୀ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିଲେ।

Related Posts