ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇବ ପରେ ସାରା ଦେଶର ରାଜନୈତିକ ମାହଲ ବେଶ୍ ଚଳଚଞ୍ଚଳ ହୋଇ ଉଠିଛି । ଏହା ମଧ୍ୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଥିବାର ଦେଖିବାକୁ ମିଳିଛି । ଏ ନେଇ ସେ ଫେସବୁକ୍ ରେ ଏକ ପୋଷ୍ଟ କରିଥିବା ବେଳେ ସରକାର କୁମ୍ଭକର୍ଣ୍ଣ ନିଦରୁ ଉଠନ୍ତୁ ବୋଲି ଉଲ୍ଲେଖ କରିଛନ୍ତି। ସରକାରଙ୍କ ନିଦ ନ ଭାଙ୍ଗିଲେ ଅର୍ଥବ୍ୟବସ୍ଥା ଭୂଷୁଡିପଡିବ ବୋଲି କହିଛନ୍ତି। ନଚେତ ସରକାରଙ୍କ ଅପାରଗତାର ଫଳ ସାଧାରଣ ଲୋକଙ୍କୁ ଭୋଗିବାକୁ ପଡିବ ବୋଲି ସତର୍କ କରିଛନ୍ତି। ସେପଟେ ଇତିହାସରେ ପ୍ରଥମ ଥର ଆମେରିକୀୟ ଡଲାର ତୁଳନାରେ ଟଙ୍କା ସବୁଠୁ ଦୁର୍ବଳ ସ୍ଥିତିକୁ ପହଞ୍ଚିଛି। ଗୋଟିଏ ଡଲାର ଏବେ ୮୦ ଟଙ୍କାକୁ ପହଞ୍ଚିବା ଦେଶର ଦୁର୍ବଳ ଅର୍ଥବ୍ୟବସ୍ଥାକୁ ଇଙ୍ଗିତ କରୁଥିବା ରାହୁଲ ଗାନ୍ଧି କହିଛନ୍ତି। ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ମୋଦି ଡଲାର ତୁଳନାରେ ଟଙ୍କାର ମୂଲ୍ୟକୁ ନେଇ ଲମ୍ବା ଚୌଡା ଭାଷାଣବାଜୀ କରୁଥିଲେ। ମଜଭୁତ ଟଙ୍କା ପାଇଁ ଜଣେ ମଜଭୁତ ପ୍ରଧାନମନ୍ତ୍ରୀ ଦରକାର ବୋଲି କହୁଥିଲେ। ଏବେ ପ୍ରଧାନମନ୍ତ୍ରୀ ନିଜର ଦୁର୍ବଳତାକୁ ସ୍ୱୀକାର କରିବେ କି ବୋଲି ରାହୁଲ ପେଷ୍ଟରେ ଉଲ୍ଲେଖ କରିଛନ୍ତି।
ଅନ୍ୟପଟେ ରାହୁଲ ଫେସବୁକ୍ରେ ୮୦..୯୦ ପୁରା ୧୦୦ ବୋଲି ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବୟାନବାଜୀର ବାସ୍ତବତା ଆଜି ସମସ୍ତଙ୍କ ସାମ୍ନାରେ ବୋଲି ରାହୁଲ ଉଲ୍ଲେଖ କରିଛନ୍ତି। ଏଣୁ ସରକାର ନିଦରୁ ଉଠି ଅର୍ଥ ବ୍ୟବସ୍ଥାକୁ ତୁରନ୍ତ ସମ୍ଭାଳନ୍ତୁ ବୋଲି କହିଛନ୍ତି। ଏବେବି ସମୟ ଅଛି ଆର୍ଥିକ ସୁଧାର କରି ଦେଶରେ ଟଙ୍କାର ସ୍ଥିତିକୁ ମଜଭୁତ କରନ୍ତୁ ବୋଲି ରାହୁ ଉଲ୍ଲେଖ କରିଛନ୍ତି। ନଚେତ ଏକ ଦିଶାହୀନ ସରକାରଙ୍କ ବୟାନବାଜୀ ଶାସନର କୁଫଳ ଆଗକୁ ଦେଶ ଦୀର୍ଘ ଦିନ ପର୍ଯ୍ୟନ୍ତ ଭୋଗିବାକୁ ବାଧ୍ୟ ହେବ ବୋଲି ଉଲ୍ଲେଖ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହଲ ବେଶ୍ ଚଳଚଞ୍ଚଳ ହୋଇ ଉଠିଛି ।
