ରାଜ୍ୟ ସରକାରଙ୍କୁ ୨୨ ଟି ପ୍ରଶ୍ନ ପଚାରି ଉତ୍ତର ଦେବାକୁ ଆହ୍ବାନ ଦେଲା ବିଜେପି ଯୁବ ମୋର୍ଚ୍ଚା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରାଜ୍ୟ ସରକାରଙ୍କୁ ଆଜି ୨୨ଟି ପ୍ରଶ୍ନ ପଚରା ଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା କୁଆଡେ ଗଲା, ଓଡିଶାରୁ ଗରିବ ସମସ୍ୟା କେବେ ଦୂର ହେବ ଏଭଳି କିଛି ପ୍ରଶ୍ନ କରିଛି ବିଜେପି ଯୁବ ମୋର୍ଚ୍ଚା। ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ ସମସ୍ୟା ଉପରେ ଆଧାରିତ ଏହି ୨୨ଟି ପ୍ରଶ୍ନର ଜବାବ ରଖିବାକୁ ରାଜ୍ୟର ବିଜେଡି ସରକାରଙ୍କୁ ଆହ୍ୱାନ ଦେଇଛି ବିଜେପି ଯୁବ ମୋର୍ଚ୍ଚା।

ବିଜେପି ଯୁବ ମୋର୍ଚ୍ଚା ତରଫରୁ ପଚାର ଯାଇଥିବା ପ୍ରଶ୍ନ ଗୁଡ଼ିକ ହେଲା,

୧. ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟିର ଦୁର୍ନୀତିର ଜବାବ ରଖନ୍ତୁ ରାଜ୍ୟ ସରକାର ?
୨. ପାଇପ ଯୋଗେ ବିଶୁଦ୍ଧ ଜଳ ଯୋଗାଣ ଓ ଜାଗା ମିଶନ ଏକ ପ୍ରହସନ ନୁହେଁ କି ?
୩. ସୀମାବର୍ତ୍ତୀ ଅଞ୍ଚଳକୁ କାହିଁକି ସୁରକ୍ଷା ଦେଇ ପାରୁନାହାନ୍ତି ସରକାର ?
୪. ନଦୀ ସୁରକ୍ଷା ଓ ବନ୍ୟା ପରିଚାଳନାରେ ଅବ୍ୟବସ୍ଥା କାହିଁକି ?
୫. ଅପପୃଷ୍ଟି ଓ ଶିଶୁ ମୃତ୍ୟୁରେ ଓଡିଶା କାହିଁକି ଆଗରେ ?
୬. ଓଡିଶା ଦାରିଦ୍ର୍ୟ ସୀମା ରେଖା ତଳେ କାହିଁକି ?
୭. ରାଜ୍ୟ ସ୍ୱାସ୍ଥ୍ୟବସ୍ତାରେ ଦୁରବସ୍ଥା କାହିଁକି ?
୮. ମହିଳା ଓ ଶିଶୁ ସୁରକ୍ଷାରେ ପଛରେ କାହିଁକି ?
୯. ଆଇନ ଶୃଙ୍ଖଳା ଅବ୍ୟବସ୍ଥା ଏବଂ ନିଶା ଜନିତ ଅପରାଧ ବୃଦ୍ଧି ହେଉଛି କାହିଁକି ?
୧୦. ଚାଷୀ ସମସ୍ୟା ଓ କୃଷିରେ ଅବ୍ୟବସ୍ଥା କାହିଁକି ?
୧୧. ଭ୍ରଷ୍ଟାଚାର ଓ ପିସି କରବାରରେ ବଡ ବଡ଼ିଆଙ୍କୁ ଆଶୀର୍ବାଦ କାହିଁକି ?
୧୨. ଶକ୍ତି ବିଭାଗରେ ଚଞ୍ଚକତା କାହିଁକି ?
୧୩. ଶିକ୍ଷାର ବିକାଶରେ ଅବ୍ୟବସ୍ଥା କାହିଁକି ?
୧୪. ଡ଼ିଏମଏଫ ଫଣ୍ଡର ବିନା ଟେଂଡରରେ ବ୍ୟାପକ ଦୁରୁପଯୋଗ ?
୧୫. ଓବିସି ବର୍ଗଙ୍କୁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ କେବେ ?
୧୬. ଓଡିଆ ଭାଷା ବିଶ୍ୱବିଦ୍ୟାଳୟ କେବେ ?
୧୭. ମନରେଗା ଯୋଜନାରେ ବ୍ୟପକ ଦୁର୍ନୀତି କାହିଁକି ?
୧୮. କୁଆଡେ ଗଲା ବିଜୁ ଯୁବ ବାହିନୀ, ପିଠା ଯୋଜନା ?
୧୯. ଆମ ଗାଁ, ଆମ ବିକାଶ ଯୋଜନା ସ୍ଥିତି ଏବେ କଣ ?
୨୦. ଓଡିଶାରେ କାହିଁକି ବେରୋଜଗାରୀ ସମସ୍ୟା ବିକଟଭେଉଛି ?
୨୧. ବନ୍ୟପ୍ରାଣୀ ସୁରକ୍ଷା ଓ ବନ୍ୟପ୍ରାଣୀଙ୍କ ଅଙ୍ଗ ତସ୍କରୀ କେବେ ବନ୍ଦ ହେବ ?
୨୨. ଆଦିବାସୀଙ୍କୁ ଲଘୁ ବନଯାତ ଦ୍ରବ୍ୟର ଉଚିତ ମୂଲ୍ୟ କେବେ ମିଳିବ କେବେ ?

ଏଭଳି କିଛି ପ୍ରଶ୍ନ କରି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏହାର ଉତ୍ତର ଦେବା ପାଇଁ ରାଜ୍ୟ ସରକାରଙ୍କୁ ଆହ୍ବାନ ଦିଆଯାଇଛି।

Related Posts