ମହାରାଷ୍ଟ୍ରରେ ବିଜେପିର ବିଜୟ ସୁନିଶ୍ଚିତ; ତେଣୁ ଦଳୀୟ ନେତାଙ୍କ ମିଠା ଦେବାକୁ ଦିଲ୍ଲୀ ଯାଇଛନ୍ତି ଫଡନାଭିସ: ଚନ୍ଦ୍ରକାନ୍ତ ପାଟିଲ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସଙ୍କଟରେ ମହାରାଷ୍ଟ୍ର ମେଣ୍ଟ ସରକାର । କାହିଁକିନା ୧୨ ଜଣ ବିଧାୟକ ଏବଂ ଜଣେ ମନ୍ତ୍ରୀଙ୍କ ପତ୍ତା ମିଳୁନି । ସେବେଠାରୁ ମହାରାଷ୍ଟ୍ରର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି । ଏହା ମଧ୍ୟରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଦିଲ୍ଲୀ ଯାଇଥିବାର ଖବର ସାମ୍ନାକୁ ଆସିଛି । ସେପଟେ ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ଯେ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ସୁନିଶ୍ଚିତ । ଏବଂ ଏହି ଖୁସିରେ ପୂର୍ବତନ ସିଏମ ଦିଲ୍ଲୀ ଯାଇ ଦଳର ନେତାମାନଙ୍କୁ ମିଠା ଦେବାକୁ ଯାଇଛନ୍ତି ବୋଲି କହିଛନ୍ତି । ବାସ୍ତବରେ, ସୋମବାର ଅନୁଷ୍ଠିତ ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନରେ ବିଜେପି ୧୦ ଟି ସିଟ୍ ମଧ୍ୟରୁ ୫ ଟି ଜିତିଛି। ଅନ୍ୟପଟେ କଂଗ୍ରେସ ଦଳକୁ କ୍ରସ ଭୋଟିଂର ଅଭିଯୋଗ ଲଗାଇବା ପାଇଁ ଶିବସେନା ନେତା ତାଙ୍କ ବାସଭବନରେ ଏକ ବୈଠକ ଡ଼ାକିଥିଲେ । ହେଲେ ଏହି ସଭାରେ ଶିବସେନାର ଅନେକ ବିଧାୟକ ଅନୁପସ୍ଥିତ ଥିଲେ । ଏପରିକି ଶିବସେନାର ବରିଷ୍ଠ ନେତା ଏକନାଥ ସିନ୍ଦେ ମଧ୍ୟ ଅନୁପସ୍ଥିତ ଥିଲେ । ଯେତେବେଳେ ଏହି ସମସ୍ତ ଲୋକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା ।

ସେତେବେଳେ ସମସ୍ତେ ନିଜ ମୋବାଇଲକୁ ବନ୍ଦ କରିଦେଇଥିଲେ । ଅବଶ୍ୟ, ପରେ ଏହା ଜାଣିବାକୁ ମିଳିଲା ଯେ ଏହି ସମସ୍ତ ଲୋକମାନେ ସୁରଟରେ କୌଣସି ସ୍ଥାନରେ ରହିଛନ୍ତି । ଏସବୁ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଦିଲ୍ଲୀ ଯାଇଛନ୍ତି । ଏପରି କରି ଫଡନାଭିସ୍ ଏକ ବଡ ସଙ୍କେତ ଦେଇଛନ୍ତି ଯେ ମହାରାଷ୍ଟ୍ରରେ କିଛି ବଡ ଘଟଣା ଘଟିବାକୁ ଯାଉଛି । ତେବେ ମହାରାଷ୍ଟ୍ର ବିଧାନ ପରିଷଦରେ ବିଜେପି ୫ ଟି ଆସନ ଜିତିବା ପରେ ଫଡନାଭିସ ହାଇକମାଣ୍ଡଙ୍କ ସହ ଆଲୋଚନା କରିବାକୁ ଦିଲ୍ଲୀ ଯାଇଥିବା କୁହାଯାଉଛି। ଅନ୍ୟପକ୍ଷରେ, ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲଙ୍କୁ ଯେତେବେଳେ ଫଡନାଭିସ୍ ଦିଲ୍ଲୀ ଯାଇଛନ୍ତି ବୋଲି ପଚରାଯିବାରୁ ସେ କହିଥିଲେ ଯେ ବିଧାନ ପରିଷଦର ବିଜୟ ପରେ ସେ ଦଳର ନେତାମାନଙ୍କୁ ମିଠା ଖାଇବାକୁ ଯାଇଛନ୍ତି। ତେବେ ବର୍ତ୍ତମାନ ସାରା ଦେଶର ନଜର ମହାରାଷ୍ଟ୍ର ରାଜନୀତି ଉପରେ ରହିଛି ।

Related Posts