
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚଳିତ ବର୍ଷ ବିନା କଟକଣାରେ ପାଳନ ହେବ ଗଣେଶ ପୂଜା । ବିଗତ ଦୁଇ ବର୍ଷ ଅପେକ୍ଷା ବର୍ତ୍ତମାନ ପରିିସ୍ଥିତି ବଦଳିଥିବାରୁ ଗଣେଶ ପୂଜାରେ କୋଭିଡ କଟକଣା ରହିବ ନାହିଁ । ଗଣେଶ ପୂଜାକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ । ଶତାଧିକ ଲୋକଙ୍କୁ ନେଇ ରାଜଧାନୀରେ ପାଳନ ହୋଇପାରିବ ଗଣେଶ ପୂଜା ।ସେହିପରି ଭକ୍ତମାନେ ମଧ୍ୟ ସିଧାସଳଖ ପୂଜା ମଣ୍ଡପ ଗୁଡ଼ିକରେ ଠାକୁରଙ୍କ ଦର୍ଶନ କରିପାରିବେ ।
ଅନ୍ୟପଟେ ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀରେ କୂଆଖାଇ ଓ ଦୟାନଦୀ କୂଳରେ ୨ଟି ଅସ୍ଥାୟୀ ପୋଖରୀ ନିର୍ମାଣ ହୋଇଛି । ସେଥିରେ ହିଁ ସମସ୍ତ ମୂର୍ତ୍ତି ବିସର୍ଜନ କରିବା ନେଇ ଅପିଲ୍ କରିଛନ୍ତି ବିଏମସି କମିଶନର । ଚଳିତବର୍ଷ ରାଜଧାନୀରେ ୫୦ରୁ ଅଧିକ ମଣ୍ଡପରେ ଠାକୁର ପୂଜା ପାଇବେ । ଅନ୍ୟପଟେ ମାସ୍କ ଓ ସାନିଟାଇଜର ବ୍ୟବହାର ପାଇଁ ଅନୁରୋଧ କରିଛନ୍ତି ବିଏମସି କମିଶନର । ତେବେ ଦୁଇ ବର୍ଷ ପରେ ସିଧାସଳଖ ମଣ୍ଡପରେ ବିଘ୍ନ ବିନସକଙ୍କ ଦର୍ଶନ ପାଇବାର ସୁଯୋଗ ମିଳିବ। ସେଥିପାଇଁ ଭକ୍ତ ଙ୍କ ମହଲରେ ଉତ୍ସାହ ଦେଖା ଯାଇଛି। ଏହା ସହିତ ପୂଜା କମିଟି ମାନେ ମଧ୍ୟ ଧୁମ୍ ଧାମ ରେ ଚଳିତ ବର୍ଷ ପୂଜା କରିବାକୁ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି।