ହରିୟାଣା ଗୁରଗ୍ରାମ୍‌ର ଏକ ମଲ୍‌ରେ ସିବିଆଇ ଚଢ଼ାଉ, ଏହି ମଲ୍‌ରେ ତେଜସ୍ବୀ ଯାଦବଙ୍କ କମ୍ପାନୀର ଅଫିସ ଥିବା ସୂଚନା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହରିୟାଣାର ଗୁରଗ୍ରାମ୍‌ ଜିଲ୍ଲାର ସେକ୍ଟର ୭୧ ରେ ଥିବା ଏକ ମଲ୍‌ରେ ସିବିଆଇ ଚଢାଉ କରିଛି। ତେବେ ସୂଚନା ଅନୁସାରେ ଗୁରଗ୍ରାମ୍‌ର ଏହି ମଲ୍‌ରେ ବିହାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ କମ୍ପାନୀର ଅଫିସ ରହିଛି। ସିବିଆଇ ଚାକିରୀ ବଦଳରେ ଜମି ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣା ପଡିଛି। ଏହା ପୂର୍ବରୁ ସିବିଆଇ ବୁଧବାର ବିହାରରେ ୨୪ଟି ସ୍ଥାନରେ ଚଢାଉ କରିଥିଲା।କୁହାଯାଉଛି ଯେ, ମଲ୍‌ରେ ଥିବା ହ୍ବାଇଟ୍‌ ଲ୍ୟାଣ୍ଡ କର୍ପୋରେସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀର ତେଜସ୍ବୀ ଯାଦବ ପରିବାର ସହିତ ସମ୍ପର୍କ ରହିଛି। ଏହି ମାମଲାରେ ଆଜି ପୁରା ଦେଶରେ ମୋଟ ୨୫ଟି ସ୍ଥାନରେ ସିବିଆଇ ଚଢାଉ କରିଛି।

ଉଲ୍ଲେଖଯୋଗ୍ୟ ଯେ, ସିବିଆଇ ଟିମ୍‌ ବିହାରରେ ଆରଜେଡିର ୫ଜଣ ନେତାଙ୍କ ଘର ସମେତ ୨୫ଟି ସ୍ଥାନରେ ଚଢାଉ କରିଛି। ଏଥିରେ ୨ ରାଜ୍ୟସଭା ସାଂସଦଙ୍କ ବ୍ୟତୀତ ପୂର୍ବତନ ବିଧାୟକ ଓ ଆରଜେଡିର ଫାଇନାନ୍ସର ଅବୁ ଦୋଜାନା ମଧ୍ୟ ରହିଛନ୍ତି। ଟିମ୍‌ ଗୁରଗ୍ରାମ୍‌ର ଏକ ମଲ୍ ମଧ୍ୟ ପହଁଞ୍ଚିଛନ୍ତି। ସେଠାରେ ତେଜସ୍ବୀ ଯାଦବଙ୍କ ଅଫିସ ରହିଛି। ସିବିଆଇ ଏହି ନିଯୁକ୍ତି ମାମଲାରେ ତୃତୀୟ ଥର ପାଇଁ ଚଢାଉ କରିଛି। ସିବିଆଇ ପକ୍ଷରୁ ଅଭିଯୋଗ ହୋଇଛି ଯେ, ଲାଲୁ ଯାଦବ କେନ୍ଦ୍ରରେ ରେଳମନ୍ତ୍ରୀ ଥିବା ବେଳେ ଚାକିରୀ ଦେବା ପାଇଁ ଲାଞ୍ଚ ହିସାବରେ ଜମି ଓ ପ୍ଲଟ୍‌ ନେଇଥିଲେ। ସିବିଆଇ ଏହି ମାମଲାରେ ତଦନ୍ତ ପରେ ଗତ କିଛି ଦିନ ତଳେ ଲାଲୁ, ରାବିଡି ଦେବୀ, ମିସା ଭାରତୀ, ହେମା ଯାଦବ ଓ କିଛି ଏଭଳି ପ୍ରାର୍ଥୀ ବିରୋଧରେ ମାମଲା ରୁଜୁ କରିଥିଲେ ଯେଉଁମାନେ ପ୍ଲଟ୍‌ କିମ୍ବା ପ୍ରପଟି ବଦଳରେ ଚାକିରୀ ଦେଇଥିଲେ।

Related Posts