ସଡ଼କ ଦୁର୍ଘଟଣାର ଶିକାର ହେଲା ବଲିଉଡର ଆଇଟମ ଗର୍ଲ ମଲାଇକା ଅରୋରାଙ୍କ କାର୍‌: ଆହତ ଅବସ୍ଥାରେ ହସ୍ପିଟାଲ ରେ ଭର୍ତି

ମୁମ୍ବାଇ: ବଲିଉଡର ଆଇଟମ ଗର୍ଲ ମଲାଇକା ଅରୋରାଙ୍କ କାର ଦୁର୍ଘଟଣା ଗ୍ରସ୍ତ | କାର୍‌ ଟି ମୁମ୍ବାଇ ନିକଟସ୍ଥ ପନଭେଲ ଅଞ୍ଚଳ ଦେଇ ଯାଉଥିବା ବେଳେ, ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଏକାଧିକ ଷ୍ଟିଜ୍‌ କରାଯାଇଥିବା ମଧ୍ୟ ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ମଲାଇକାଙ୍କ କାର୍‌ ତାଙ୍କ ଡ୍ରାଇଭର ଚଳାଉଥିବା ବେଳେ ସେ ଏଥିରେ ବସିଥିଲେ। ତେବେ ଏକ୍ସପ୍ରେସ ୱେରେ ହଠାତ୍‌ ଡ୍ରାଇଭର ଜଣଙ୍କ କାର୍‌ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଗାଡ଼ିଟି ରାସ୍ତାରେ ଯାଉଥିବା ଆଉ ୨ଟି କାର୍‌ ସହ ପିଟି ହୋଇଯାଇଥିଲା।

ଘଟଣାରେ ମଲାଇକାଙ୍କ ମୁଣ୍ଡ ଓ ଆଖିରେ ଆଘାତ ଲାଗିଛି। ଦୁର୍ଘଟଣା ପରେ ତାଙ୍କୁ ଏକ୍ସପ୍ରେସ ୱେରୁ ତୁରନ୍ତ ନାଭି ମୁମ୍ବାଇରେ ଥିବା ଆପୋଲୋ ହସ୍ପିଟାଲରେ ଆଡମିଟ କରାଯାଇଛି।

ମଲାଇକାଙ୍କ ଜଣେ ବନ୍ଧୁ ନିଜ ନାଁ ଗୋପନ ରଖି କହିଛନ୍ତି ଯେ “ମୁମ୍ବାଇ –ପୁଣେ ଏକ୍ସପ୍ରେସ ୱେର ଖୋପୋଲି ଠାରେ ମଲାଇକା ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ଘଟଣାରେ ସେ ଅତ୍ୟନ୍ତ ଭୟଭୀତ ହୋଇଯାଇଥିଲେ। କିନ୍ତୁ ଏବେ ସେ ଧୀରେ ଧୀରେ ଠିକ୍‌ ହେଉଛନ୍ତି। ତାଙ୍କ ଶରୀରରେ ଏକାଧିକ ଷ୍ଟିଚ୍‌ ପଡ଼ିଛି। ହେଲେ ତାଙ୍କ ମୁଣ୍ଡରେ କୌଣସି ଗଭୀର ଆଘାତ ଲାଗିନି। ତେଣୁ ରବିବାର ମଧ୍ୟାହ୍ନ ସୁଦ୍ଧା ସେ ଘରକୁ ଫେରି ଆସିବେ।”

ଅପରପକ୍ଷେ ପୁଲିସ୍‌ ଏନେଇ ଖବର ପାଇବା ପରେ ଘଟଣା ସ୍ଥଳରେ ପହଁଚି ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି |

Related Posts