
୧୬ ଦଫା ଦାବିରେ ଶୁକ୍ରବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେର ସୁରକ୍ଷା ମଞ୍ଚ ଆନ୍ଦୋଳନ ଆରମ୍ଭ କରିଛି । ଏହା ଫଳରେ ତାଳଚେରର ସବୁ କୋଇଲା ଖଣିରୁ ଉତ୍ତୋଳନ ଓ ଖଣିଜ ପରିବହନ ବନ୍ଦ ରହିବା ସହ ରେଳ ଯୋଗେ କୋଇଲା ପରିବହନ ବି ବନ୍ଦ ରହିଛି । 16 ଦଫା ଦାବି ମଧ୍ୟରେ ମୁଖ୍ୟତଃ 2006 ବିସ୍ଥାପନ ଓ ଥଇଥାନ ଆଇନକୁ ପାଳନ କରିବା, RPDACରେ ହୋଇଥିବା ନିଷ୍ପତିକୁ କାର୍ଯ୍ୟକାରି କରିବା, ତାଳଚେରରେ ଏକ ସ୍ଵତନ୍ତ୍ର କୋଇଲା କମ୍ପାନୀ ଘୋଷଣା କରିବା, ତାଳଚେର ବାଙ୍କଧରାରୁ ବଲହର ଛକ ପର୍ଯ୍ୟନ୍ତ ଫ୍ଲାଏ ଓଭର୍ ନିର୍ମାଣ, ପ୍ରଦୂଷଣମୁକ୍ତ ତାଳଚେର ଏବଂ ତାଳଚେର ମେଡିକାଲ କଲେଜରେ 2019-20ରେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖା ଆଦି ପ୍ରମୁଖ ଦାବି ରହିଛି ।