ପାଣ୍ଡ୍ୟା ଓ ରାହୁଲଙ୍କ ମନ୍ତବ୍ୟ ନେଇ କୋହଲିଙ୍କ ପ୍ରତିକ୍ରିୟା

ଟିଭି ଟକ୍ ସୋରେ ମହିଳାଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇ ଅଡୁଆରେ ପଡ଼ିଛନ୍ତି କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା ଓ କେ.ଏଲ ରାହୁଲ । ଟିପ୍ପଣୀ ଓ ଟକ୍ ସୋରେ ଭାଗ ନେଇଥିବାରୁ ପାଣ୍ଡ୍ୟା ଓ ରାହୁଲଙ୍କୁ ଦୁଇଟି ଦିନିକିଆରୁ ବାଦ ଦେବା ପାଇଁ ତ ସୁପାରିଶ କରାଯାଇଛି । କିନ୍ତୁ ଏମାନଙ୍କ ବିରୋଧରେ ଆହୁରି କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇପାରେ । କିନ୍ତୁ କ’ଣ କାର୍ଯ୍ୟାନୁଷ୍ଠାନ ହେବ ତାହା ଘୋଷଣା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରୁ ଦୁଇ ଜଣଙ୍କୁ ବାଦ୍‌ ଦିଆଯାଇଛି । ସେପଟେ ପାଣ୍ଡ୍ୟା ଓ ରାହୁଲଙ୍କ ମନ୍ତବ୍ୟ ନେଇ ମୁହଁ ଖୋଲିଛନ୍ତି ଟିମ୍‌ ଇଣ୍ଡିଆର କ୍ୟାପଟେନ୍‌ ବିରାଟ କୋହଲି । ସେ କେବେବି ଏଭଳି ମନ୍ତବ୍ୟକୁ ସମର୍ଥନ କରିବେ ନାହିଁ ବୋଲି କହିଛନ୍ତି କୋହଲି । ଭାରତୀୟ କ୍ରିକେଟ ଦଳ ମଧ୍ୟ ଏହାକୁ ସମର୍ଥନ କରୁନାହିଁ । ଉଭୟ ଖେଳାଳି ଭୁଲ କରିଛନ୍ତି । ଦାୟିତ୍ବବାନ ଖେଳାଳି ଭାବେ ସେମାନେ ଏଭଳି ମନ୍ତବ୍ୟ ଦେବା ଅନୁଚିତ । ଶନିବାର ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ସିଡନୀରେ ଖେଳାଯିବ । ଏହି ସିରିଜ୍‌ ପାଇଁ ପାଣ୍ଡ୍ୟା ଓ ରାହୁଲ ଅଷ୍ଟ୍ରେଲିଆରେ ଅଛନ୍ତି ।

Related Posts