ଲାଞ୍ଚ କାରବାର ମାମଲା: ଗିରଫ ହେଲେ ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର

ଭୁବନେଶ୍ୱର : ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ଗିରଫ । ଭୋର ୪ ଟାରେ ଚର୍ଚ୍ଚିତ ମିଶ୍ର CBI ଅଫିସରେ ହାଜର ହୋଇଥିଲା ବେଳେ, ତାଙ୍କୁ ମେଡ଼ିକାଲ ଟେଷ୍ଟ ପାଇଁ ନିଆଯାଇଥିଲା । ଏହା ପରେ ତାଙ୍କୁ ଗିରଫ କରାଯାଇଛି । ଏନେଇ ସୂଚନା ମିଳିଛି ।

ସୂଚନା ଥାଉକି ଲାଞ୍ଚ କାରବାର ମାମଲାରେ ଲିଷ୍ଟରେ ଥିଲେ ଚର୍ଚ୍ଚିତ ମିଶ୍ରଙ୍କ ନାଁ । ତେବେ ମହିମା ମିଶ୍ର ଓ ଚନ୍ଦନ ମିଶ୍ରଙ୍କୁ CBI ଛାଡି ଦେଇଛି ।

ଏନେଇ ସୂଚନା ଦେଇଛନ୍ତି ମହିମାଙ୍କ ଓକିଲ ଜୟଦ୍ୱୀପ ପାଲ । ସୂଚନା ଥାଉକି, ୨୦ ଘଣ୍ଟା ପରେ ସିବିଆଇରୁ ବାହାରିଛନ୍ତି ମହିମା ମିଶ୍ର । ଗତକାଲି ଦିନ ୧୧ ଟାରୁ ବାପ ପୁଅଙ୍କୁ ମାରାଥନ ଜେରା କରିଥିଲା ସିବିଆଇ ଟିମ୍ । ପାରାଦୀପ ପୋର୍ଟର କନଭେୟର ବେଲ୍ଟ ମରାମତି ନାଁ ରେ ୨୫ ଲକ୍ଷ ଟଙ୍କା ଲାଞ୍ଚ କାରବାରକୁ ନେଇ ଜେରା କରୁଥିଲା ସିବିଆଇ ।

ଭୋର ୪ ଟା ସମୟରେ ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ର ସିବିଆଇରେ ହାଜର ହୋଇଥିଲେ । ସିବିଆଇ ଚର୍ଚ୍ଚିତଙ୍କ ନାଁରେ ମାମାଲା ରୁଜୁ କରିଥିବା ବେଳେ ଗତ କାଲି ଏହି ଘଟଣାରେ ୪ ଜଣଙ୍କୁ ଗିରଫ ହୋଇଥିଲେ । ଚର୍ଚ୍ଚିତ ସିବିଆଇରେ ହାଜର ହେବା ପରେ ତାଙ୍କର ମେଡ଼ିକାଲ ଟେଷ୍ଟ କରିବା ସହ ତଦନ୍ତ ଆରମ୍ଭ କରିଛି ସିବିଆଇ।

Related Posts