୨୦୨୦ ସୁଦ୍ଧା କେନ୍ଦ୍ରୀୟ ମନ୍ତ୍ରଣାଳୟ କର୍ମକ୍ଷେତ୍ରରେ ୧୫୦ଟି ଯୌନ ଉତ୍ପୀଡ଼ନ ଅଭିଯୋଗ ହୋଇଛି : MWCD

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଗୁରୁବାର ଦିନ ରାଜ୍ୟସଭାରେ ସୂଚନା ଦେଇଛନ୍ତି ଯେ ବିଭିନ୍ନ ମନ୍ତ୍ରାଳୟ ଏବଂ SHe-Box (sexual harassment online box) ଅନଲାଇନ୍ ପୋର୍ଟାଲ ମାଧ୍ୟମରେ କର୍ମକ୍ଷେତ୍ରରେ 391 ଟି ଯୌନ ଉତ୍ପୀଡ଼ନ ଶିକାର ହେଉଥିବାର ଅଭିଯୋଗ ଆସିଛି। ସେଥିମଧ୍ୟରୁ 1 ଜାନୁୟାରୀ 1, 2020 ସୁଦ୍ଧା 150 ଟି ଅଭିଯୋଗ ଗ୍ରହଣ କରାଯାଇଥିଲା।

କମ୍ୟୁନିଷ୍ଟ ପାର୍ଟି ଇଣ୍ଡିଆର ରାଜ୍ୟସଭା ସଦସ୍ୟ ବିନୋୟ ବିଶ୍ୱମ ପ୍ରଶ୍ନ କରିଥିଲେ ଯେ ଏହି ପ୍ରସଙ୍ଗରେ ସରକାର କେଉଁ ଆଇନଗତ କିମ୍ବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି?
ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ଯେ MWCD କହିଛି ଯେ SH-Box ମାଧ୍ୟମରେ ଗ୍ରହଣ କରାଯାଇଥିବା 36 ଟି ମାମଲାର ବିଶ୍ଳେଷଣରୁ ଜଣାପଡିଛି ଯେ କେବଳ ଚାରୋଟି କର୍ମକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା ମାମଲା ରହିଥିଲା।

ଅନ୍ୟ 32 ଜଣ “ମହିଳାଙ୍କ ପ୍ରତି ହେଉଥିବା ହିଂସା, ଯୌତୁକ ନିର୍ଯ୍ୟାତନା, ଅସଦାଚରଣ ସମ୍ବନ୍ଧୀୟ ଥିଲା।” ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିବା ଚାରି ଜଣ ମହିଳାଙ୍କ ମଧ୍ୟରୁ ତିନିଜଣ ମହିଳାଙ୍କ କେବଳ ଜଣେ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ସଦନରେ କହିଛନ୍ତି ଯେ, କର୍ମକ୍ଷେତ୍ରରେ ମହିଳାଙ୍କୁ ଯୌନ ଉତ୍ପୀଡ଼ନ କରିବାର ଏହି ଚାରୋଟି ମାମଲା ମଧ୍ୟରୁ କୌଣସିଟି ମନ୍ତ୍ରଣାଳୟର କର୍ମକ୍ଷେତ୍ରରେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

MWCD ଅନୁଯାୟୀ, SH-Box ନାମକ ଅନଲାଇନ୍ ଅଭିଯୋଗ ପୋର୍ଟାଲ୍ କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ସମ୍ବନ୍ଧୀୟ ଅଭିଯୋଗର ପଞ୍ଜିକରଣକୁ ସୁଗମ କରିବା ପାଇଁ ପ୍ରସ୍ତୁତ କରାଯାଇଥିଲା ।

କୌଣସି ଅଭିଯୋଗ SH-Box ରେ ପଞ୍ଜିକୃତ ହେବା ପରେ, ଏହି ମାମଲାରେ ସଂପୃକ୍ତ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଥାଏ। ଏଭଳି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ମନ୍ତ୍ରଣାଳୟକୁ ଅବଗତ କରାଇଥାଏ।

Related Posts