(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ” ଖେଲା ହବେ ” ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଏହି ନାରା ବହୁ ଚର୍ଚ୍ଚିତ ହୋଇଥିଲା। ଏହା ରାଜନୈତିକ ସ୍ଲୋଗାନ ଦେଇ ତୃଣମୂଳ କଂଗ୍ରେସ ବିଜେପିକୁ ବେଙ୍ଗଲରେ ପରାଜୟ କରିବାରେ ସକ୍ଷମ ହୋଇଥିଲା। ବର୍ତ୍ତମାନ ଖେଲା ହବେ ସ୍ଲୋଗାନ ଏବେ ଦିଲ୍ଲୀ ଦରବାରରେ ଚର୍ଚ୍ଚାର ବିଷୟ ପାଲଟିଛି। କରାଣ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି। ସେ ୨୦୨୪ ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକଜୁଟ କରିବାର ପ୍ରୟାସ ଆରମ୍ଭ କରି ଦେଇଛନ୍ତି। ବୁଧବାର ସେ କହିଥିଲେ ଯେ ପଶ୍ଚିମବଙ୍ଗ ପରେ ଏବେ ସାରା ଦେଶରେ ଖେଲା ହବେ। ୫ ଦିନିଆ ଦିଲ୍ଲୀ ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଦିନ ବିଶିଷ୍ଟ ଗୀତିକାର-କବି ଜାଭେଦ ଅଖତରଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ ତାଙ୍କର ରାଜନୈତିକ ସ୍ଲୋଗାନ “ଖେଲା ହୋବ” କୁ ନେଇ ଏକ ଗୀତ ଲେଖିବାକୁ ଅନୁରୋଧ କରିଛନ୍ତି। ଶ୍ରୀ ଅଖତର ଏବଂ ଅଭିନେତ୍ରୀ ଶବାନା ଆଜମୀଙ୍କୁ ଶ୍ରୀମତୀ ବାନାର୍ଜୀଙ୍କୁ ଭେଟିଥିଲେ।
ଶ୍ରୀମତୀ ବାନାର୍ଜୀଙ୍କୁ ଭେଟିବା ପରେ ଜାଭେଦ ଅଖତର କହିଛନ୍ତି ଯେ ଦେଶରେ ଏକ ପରିବର୍ତ୍ତନ ହେବା ଉଚିତ ଏବଂ ବଙ୍ଗାଳର ଇତିହାସ ଅଛି ଯେ ଏହି ରାଜ୍ୟ ବିପ୍ଳବୀ ଆନ୍ଦୋଳନର ନେତୃତ୍ୱ ନେଇଛି।
ମମତା ବାନାର୍ଜୀଙ୍କ ସହ ବୈଠକକୁ ନେଇ ଶ୍ରୀ ଅଖତର କହିଛନ୍ତି ଯେ , “ଏହା ଏକ ସୈଜନ୍ୟମୂଳକ ବୈଠକ ଥିଲା। ବଙ୍ଗଳାର ଇତିହାସ ହେଉଛି ବୈପ୍ଳବିକ ଗତିବିଧିକୁ ଆଗେଇ ନେବା। ବଙ୍ଗଳାର କଳାକାର ତଥା ବୁଦ୍ଧିଜୀବୀମାନେ ମମତା ଜୀଙ୍କୁ ସମର୍ଥନ କରନ୍ତି ବୋଲି ଜାଭେଦ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ତାଙ୍କୁ ଏହି ବିଜୟ ପାଇଁ ଅଭିନନ୍ଦନ ଜଣାଉଛୁ। ଏହି ଅବସରରେ ରୟାଲଟି ବିଲ୍ ସଂଶୋଧନରେ ମମତା ବାନାର୍ଜୀଙ୍କ ସମର୍ଥନ ପାଇଁ ସଂଗୀତ ରଚନା, ଗୀତିକାରମାନେ ରୟାଲଟିରୁ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି।
ଶ୍ରୀ ଅଖତର କହିଛନ୍ତି ଯେ, “ମୁଁ ଆଶା କରୁଛି ଯେ ଏକ ପରିବର୍ତ୍ତନ ହେବା ଉଚିତ୍। କାରଣ ବର୍ତ୍ତମାନ ଦେଶରେ ତିକ୍ତତା ବଢିବାରେ ଲାଗିଛି। ସବୁଠି ପୋଲାରାଇଜେସନ୍ ଦେଖାଦେଇଛି। ଅନେକ ଆକ୍ରମଣାତ୍ମକ ବିବୃତ୍ତି ଦେଉଛନ୍ତି । ହିଂସା ମଧ୍ୟ ଦେଖାଦେଇଛି। ସେ କହିଛନ୍ତି ଯେ ଏହା ଏକ ଲଜ୍ଜାଜନକ ଘଟଣା ଯେ ଦିଲ୍ଲୀ ବର୍ତ୍ତମାନ ସାମ୍ପ୍ରଦାୟିକ ଦଙ୍ଗାର ସାକ୍ଷୀ ରହିଛି।
ମମତା ବାନାର୍ଜୀ ବିରୋଧୀ ଦଳ ଗୁଡ଼ିକର ନେତୃତ୍ୱ ନେବା ଉଚିତ୍ କି ବୋଲି ପଚରାଯିବାରୁ ଶ୍ରୀ ଅଖତର କହିଛନ୍ତି, “ଆମର ଏହି ବୈଠକରେ ସେ କେବେହେଲେ କହି ନାହାଁନ୍ତି ଯେ ନେତୃତ୍ୱ ତାଙ୍କର ପ୍ରାଥମିକତା ଅଟେ। ସେ ବିଶ୍ବାସ କରନ୍ତି ଯେ ସେ ଏକ ପାରିବାରିକୁ ଚାହୁଁଛନ୍ତି। ପୂର୍ବରୁ ସେ ବଙ୍ଗଳା ପାଇଁ ଲଢିଥିଲେ ଏବଂ ବର୍ତ୍ତମାନ ସେ ଦେଶରେ ପରିବର୍ତ୍ତନ ଆଣିବା ପାଇଁ ଲଢିବାକୁ ଚାହୁଁଛନ୍ତି। ସେ କହିଛନ୍ତି ଯେ କିଏ ଦେଶର ନେତୃତ୍ୱ ନେବ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ କିନ୍ତୁ ହିନ୍ଦୁସ୍ଥାନ କିପରି ହେବ ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। “
ଏହି ସମୟରେ ଗଣମାଧ୍ୟମ ପ୍ରତିନିଧି ମାନେ ପ୍ରଶ୍ନ କରିଥିଲେ ଯେ କଣ “ଖେଲା ହୋବ” ସ୍ଲୋଗାନ ଏବେ ସାରା ଭାରତରେ ଶୁଣିବାକୁ ମିଳିବ। ଏହାର ଉତ୍ତରରେ ଶ୍ରୀ ଅଖତର କହିଛନ୍ତି, “ଏହାର ପ୍ରମାଣ ଦରକାର ନାହିଁ। ବର୍ତ୍ତମାନ ଏହା ଆଲୋଚନା ବାହାରେ।”
ସଙ୍ଗେ ସଙ୍ଗେ ଅଖତରଙ୍କ ପଛରେ ଠିଆ ହୋଇଥିବା ମୁଖ୍ୟମନ୍ତ୍ରୀ ବାନାର୍ଜୀ ଅଖତରଙ୍କୁ “ଖେଲା ହୋବ” ଉପରେ ଏକ ଗୀତ ରଚନା କରିବାକୁ ଅନୁରୋଧ କରିଥିଲେ।
ଶ୍ରୀମତୀ ବାନାର୍ଜୀ ଜାଭେଦ ଅଖତରଙ୍କୁ କହିଥିଲେ ଯେ ଆପଣଙ୍କୁ ଖେଲା ହୋବ ଉପରେ ଏକ ଗୀତ କରିବାକୁ ପଡିବ।
ବୁଧବାର ଦିନ ମମତା ବାନାର୍ଜୀ କହିଥିଲେ ଯେ ବିରୋଧୀ ମେଣ୍ଟକୁ ନେଇ କେହିଯଦି ଗରୁତର ସହ କାମ କରିବେ ତେବେ ୬ ମାସରେ ଦେଶର ରାଜନୈତିକ ସ୍ଥିତି ବଦଳିଯିବ । ଏହି କ୍ରମରେ ବାନାର୍ଜୀ କହିଛନ୍ତି କି ପଶ୍ଚିମବଙ୍ଗ ପରେ ଏବେ ପୁରାଦେଶରେ ‘ଖେଲା ହବେ’
