ଫେବୃଆରୀ ଶେଷ ସୁଦ୍ଧା କରୋନାର ତୃତୀୟ ଲୋହର ସରିଯିବ: ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସାରା ଦେଶରେ କରୋନା ତା’ର କାୟା ବିସ୍ତାର କରିଚାଲିଛି । ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେପଟେ ଆମ ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡକ୍ଟର ନିରଜ ମିଶ୍ର ବଡ଼ ବୟାନ ଦେଇଛନ୍ତି । ତେବେ ଆସନ୍ତା ଫେବୃଆରୀ ଶେଷ ସୁଦ୍ଧା କରୋନାର ତୃତୀୟ ଲୋହର ସରିଯିବ । ବର୍ତ୍ତମାନ ଟ୍ରେଣ୍ଡ ନିମ୍ନଗାମୀ ରହିଲା ଏବଂ ଏହା ଏହିଭଳି ଚାଲିବ, ଆଗାମୀ ସପ୍ତାହ ସୁଦ୍ଧା କେସ ଲୋଡ ବହୁତ କମି ଯାଇଥିବ। ଫ୍ରେବ୍ରୁଆରି ପନ୍ଦର ସୁଦ୍ଧା ତୃତୀୟ ଲହର କମି ଆସିଥିବ ଏବଂ ଶେଷ ସୁଦ୍ଧା ଏହା ଶେଷ ହୋଇଯାଇଥିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ଡାକ୍ତର ମିଶ୍ର। ଏହା ସହ ୟୁ କେ ସରକାର ଓମିକ୍ରନ ବିଏ -୨ କୁ ଭେରିଆଣ୍ଟ ଅଫ ଇଣ୍ଟରେଷ୍ଟ ଘୋଷଣା କରିଛନ୍ତି ।

ଡେନମାର୍କରେ ଏହା ଦ୍ରୁତ ଗତିରେ ସଂକ୍ରମଣ ହେଉଛି। ଏହି ସବ-ଭେରିଆଣ୍ଟ ଭାରତରେ ମଧ୍ୟ ଦେଖାଦେଇଛି। କୌଣସି ଲୋକକୁ ଯଦି ଓମିକ୍ରନ ବିଏ -୧ ହୋଇଥାଏ ତାକୁ ବିଏ -୨ ମଧ୍ୟ ହୋଇପାରେ। କିଛି ବିଶେଷଜ୍ଞଙ୍କ ମତରେ ବିଏ-୨ଲାଗି ଦ୍ଵିତୀୟ ସ୍ପାଇକ ଆସିପାରେ କିନ୍ତୁ ଭାରତରେ ଏହା ପୂର୍ବରୁ ଅଛି, ତେଣୁ ଦେଶରେ ସେଭଳି କୌଣସି ପ୍ରଭାବ ପଡି ନ ପାରେ। ଏହା ଏତେ ସାଙ୍ଘାତିକ ନୁହେଁ, ମୃତ୍ୟୁ ମଧ୍ୟ ହେଉ ନାହିଁ କେବଳ ପୁଣି ଥରେ ସଂକ୍ରମଣ କରାଇବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡକ୍ଟର ନିରଜ ମିଶ୍ର କହିଛନ୍ତି ।

Related Posts