ଭାରତକୁ ରାଜ୍ୟମାନଙ୍କ ସଂଘ ବୋଲି କହି ରାହୁଲ ଗାନ୍ଧୀ ବିଚ୍ଛିନ୍ନତାବାଦୀଙ୍କ ଭାଷା କହୁଛନ୍ତି: ହିମନ୍ତ ସାରମା

ସତ୍ୟପାଠ ବ୍ୟୁରୋ, ୨୩/୦୫: ଆସାମ ମୁଖ୍ୟମନ୍ତ୍ରୀ ହୀମନ୍ତ ଶର୍ମା ପୁଣି ଥରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କୁ ଟାର୍ଗେଟ କରିଛନ୍ତି। ରବିବାର ଦିନ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସାରମା କହିଛନ୍ତି ଯେ ରାହୁଲ ଗାନ୍ଧୀ ପରୋକ୍ଷରେ ଭାରତକୁ ଏକ ସଙ୍ଘୀୟ ରାଷ୍ଟ୍ର ବା ରାଜ୍ୟମାନଙ୍କର ସଂଘ କହି ବିଚ୍ଛିନ୍ନତାବାଦୀଙ୍କ ଭାବନାକୁ ପ୍ରୋତ୍ସାହିତ କରୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯିଏ ଭାରତରେ ମଦାରାସା ସଂସ୍ଥାକୁ ବନ୍ଦ କରିବା ଏବଂ ୟୁନିଫର୍ମ ସିଭିଲ କୋଡ ବାବଦରେ କହୁଛି ସିଏ ହିଁ ଭାରତୀୟ ମୁସଲମାନଙ୍କ ପ୍ରକୃତ ବନ୍ଧୁ।

“ଯଦି ଭାରତ ହେଉଛି ଏକ ସଙ୍ଘୀୟ ରାଷ୍ଟ୍ର, ତେବେ ଆମର 5000 ବର୍ଷର ସୁବର୍ଣ୍ଣ ଇତିହାସର ଅର୍ଥ କ’ଣ? ଯେତେବେଳେ କଂଗ୍ରେସ ନିଜକୁ ଭାରତୀୟ ଜାତୀୟ ଜାତୀୟ କଂଗ୍ରେସ ବୋଲି କହୁଛି ଏବଂ ସମଗ୍ର ଭାରତରେ ବୁଲି ବୁଲି ବୈଠକ କରୁଛି ଏହାର ଅର୍ଥ ହେଉଛି ଯେ ଏହା ଦେଶକୁ ଏକ ଫେଡେରେସନ୍ ଭଳି ବ୍ୟବହାର କରୁଛି? ଭାରତକୁ ଏକ ରାଜ୍ୟ ମାନଙ୍କର ସଂଘ ବୋଲି କହି ରାହୁଲ ଗାନ୍ଧୀ ଦେଶକୁ ଭାଙ୍ଗିବା ଏବଂ ପରୋକ୍ଷରେ ବିଚ୍ଛିନ୍ନତାବାଦୀଙ୍କୁ ପ୍ରୋତ୍ସାହିତ କରିବା କଥା କହୁଛନ୍ତି। ULFA (ଆସାମର ବିଚ୍ଛିନ୍ନତାବାଦୀ ସଂଗଠନ) ଯାହା କହୁଛନ୍ତି ରାହୁଲ ଗାନ୍ଧୀ ସେୟା ହିଁ କହୁଛନ୍ତି। ” ବୋଲି କଟାକ୍ଷ କରିଛନ୍ତି ହିମାନ ସରମା।

ସରମା ଆହୁରି କହିଛନ୍ତି ଯେ “ଏଥିରେ ରାହୁଲଙ୍କ ର ଦୋଷ ନାହିଁ। ଅସଲରେ ସେ ଜେଏନୟୁରୁ ଟ୍ୟୁସନ ନେଉଛନ୍ତି ଏବଂ ସେଠାରୁ ଶିଖୁଛନ୍ତି | କଂଗ୍ରେସ ପାର୍ଟି ର ସଂସ୍କାର ହେଉଛି ଗାନ୍ଧୀ ପରିବାର ପ୍ରତି ବିଶ୍ୱାସଘାତକତା ଅର୍ଥ ଦେଶ ପ୍ରତି ବିଶ୍ୱାସଘାତକତା ମାତ୍ର ବିଜେପିରେ ଦେଶ ସର୍ବଦା ପାର୍ଟି ଠୁ ଉପରେ। ”

ସୂଚନାଯୋଗ୍ୟ ଯେ ନିକଟରେ ରାହୁଲ ଗାନ୍ଧୀ ଲଣ୍ଡନରେ ଏକ କାର୍ଯ୍ୟକ୍ରମରେ ଏକ ଅଭିଭାଷଣ ଦେଇଥିଲେ ଯେଉଁଥିରେ ସେ କହିଥିଲେ ଯେ ସମ୍ବିଧାନରେ ଭାରତକୁ ଏକ ଦେଶ ଭାବରେ ନୁହେଁ ବରଂ ରାଜ୍ୟମାନଙ୍କର ଏକ ସଂଘ ଭାବରେ ଉଲ୍ଲେଖ କରାଯାଇଛି।

Related Posts