ଇନ୍ଦ୍ରାବତୀ ଜଳଭଣ୍ଡାରର ଖୋଲିଲା ଆଉ ଏକ ଗେଟ୍ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଓଡ୍ରାଫ୍ ଟିମ୍ ମୁତୟନ
ଲଗାଣ ବର୍ଷା ଯୋଗୁଁ ଇନ୍ଦ୍ରାବତୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଖାତିଗୁଡାସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର ଆଉ ଏକ ଗେଟ୍ ଖୋଲାଯାଇଛି।
ଲଗାଣ ବର୍ଷା ଯୋଗୁଁ ଇନ୍ଦ୍ରାବତୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଖାତିଗୁଡାସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର ଆଉ ଏକ ଗେଟ୍ ଖୋଲାଯାଇଛି।
ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ଆହୁରି ବଢ଼ିପାରେ ସ୍କୁଲ ଛୁଟି । ଆବଶ୍ୟକ ପଡ଼ିଲେ ଆଉ ଦିନେ କିମ୍ବା ଦୁଇଦିନ ସ୍କୁଲ ବନ୍ଦ ରଖାଯାଇପାରେ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ଦକ୍ଷିଣରୁ ପଶ୍ଚିମ ଆଉ ଉପକୂଳ ସବୁଠି ବର୍ଷା ବିତ୍ପାତ। ପ୍ରବଳ ବର୍ଷାରେ କେଉଁଠି ଘର ଭାଙ୍ଗିଲାଣି ତ କେଉଁଠି ପୋଲ ଭୁଶୁଡ଼ିଲାଣି ଆଉ କେଉଁଠି ଭୂସ୍ଖଳନ। ଗଭୀର ଅବପାତ ପ୍ରଭାବରେ ବିଶେଷ କରି ଦକ୍ଷିଣ ଓଡ଼ିଶା ଅଧିକ ପ୍ରଭାବିତ ହୋଇଛି।
ସୁନ୍ଦରଗଡ ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା । ହଜାରେ ପାର୍ ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ସୁଦ୍ଧା ହଜାରେ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ ହଜାର ପରେ ରକ୍ତ ନମୁନା ପରୀକ୍ଷା କରାଯାଇଛି ।
ଲଗାଣ ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ ଜନଜୀବନ ପ୍ରଭାବିତ ହୋଇଛି । ବିଭିନ୍ନ ରାସ୍ତା ଉପରେ ବର୍ଷାଜଳ ପ୍ରବାହିତ ହେବାରୁ ଯାତାୟାତ ଠପ୍ ହୋଇଛି ।
ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ୬ ଘଣ୍ଟାରେ ୧୨କିମି ବେଗରେ ଗତି କରୁଛି। ଏହା ଆଜି ରାତି ସୁଦ୍ଧା ଆନ୍ଧ୍ରପ୍ରଦେଶ କଳିଙ୍ଗପଟ୍ଟନମ ନିକଟରେ ଅତିକ୍ରମ କରିପାରେ ଉପକୂଳ।
ରାଜ୍ୟର ୭ଟି ଜିଲ୍ଲାରେ ଚଳିତବର୍ଷ ବଢ଼ିଛି ଧାନ ଚାଷ। ବରଗଡ଼, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୂଆପଡ଼ା, ପୁରୀ ଓ ନୟାଗଡ଼ ଜିଲ୍ଲାରେ ଧାନ ଚାଷ ବଢ଼ିଥିବା ଜଣାପଡ଼ିଛି।
ସୁଦାନର ଏକ ସୁନା ଖଣିରେ ସୁଡ଼ଙ୍ଗ ଧସି ପଡ଼ିବାରୁ ସେଠାରେ କାମ କରୁଥିବା ୧୧ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ୩୦ ଜଣ ଆହତ ହୋଇଛନ୍ତି। ଧସି ପଡ଼ିଥିବା ମାଟି ତଳେ ଅନେକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି। କାରଣ କାମ କରିବାକୁ ଆସିଥିବା ବହୁ ଶ୍ରମିକ ନିଖୋଜ ରହିଛନ୍ତି। ସେମାନଙ୍କର ସନ୍ଧାନ ଜାରି ରହିଛି। ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ରହିଥିବା କୁହାଯାଉଛି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୁନ୍ଦରଗଡ଼ ଜିଲ୍ଲାରେ ଦିନକୁ ଦିନ ବଢୁଛି ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା। ଏବେ ସୁଦ୍ଧା ଜିଲ୍ଲାରେ ୮୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୫ ହଜାର ୬ ଶହ ଲୋକଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି।
ଭଙ୍ଗା ଛାତ ତଳେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢ଼ା। ୫୭ ବର୍ଷର ଏହି ପୁରାତନ ସ୍କୁଲରେ ୧୩ଟି ଶ୍ରେଣୀର ପିଲା ପାଠ ପଢ଼ୁଥିବାବେଳେ ମାତ୍ର ୭ ଶ୍ରେଣୀଗୃହ ରହିଛି। ଛାତର ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବାବେଳେ ଏହାରି ତଳେ ବିପଦ ସଙ୍କୁଳ ଅବସ୍ଥାରେ ୩୨୪ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି।
ବାଇକରେ ଯାଉଥିବା ବେଳେ ହଠାତ୍ ଗଛ ଡାଳ ଭାଙ୍ଗି ଜଣେ ଯୁବକଙ୍କ ପେଟରେ ପଶିଯାଇଛି। ଏଥିରେ ଯୁବକ ଜଣଙ୍କ ଗୁରୁତର ଆହତ େହାଇଛନ୍ତି।
ନବରଙ୍ଗପୁର ଜିଲ୍ଲା ତହରା ଗ୍ରାମ ପଞ୍ଚାୟତର କେନ୍ଦୁଘାଟ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଥିବା ଦେଖିବାକୁ ମିଳିଛି। ଏଥିରେ ୨୫ ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ପୋଲିସକୁ ବଡ଼ ସଫଳତା ମିଳିଛି । ଗାଡ଼ି ଯାଞ୍ଚ ବେଳେ ଜଣେ ବ୍ୟକ୍ତିଙ୍କ ନିକଟରୁ ହାତୀ ଦାନ୍ତ ଜବତ କରିଛି ପୋଲିସ୍ । ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ ରଖି ତଦନ୍ତ କରାଯାଉଛି ।
ଲୋକସେବା ଭବନ ପରିସରକୁ ‘ତମାଖୁମୁକ୍ତ ଅଞ୍ଚଳ’ ଭାବେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି।
ଓରାଙ୍ଗଉଟାନଙ୍କ ଚାଲିଛି ସ୍ବାସ୍ଥ୍ୟ ପରୀକ୍ଷା। ରକ୍ତହୀନତା ରୋଗରେ ପୀଡ଼ିତ ୩ ଓରାଙ୍ଗଉଟାନ ଛୁଆ। ଜଣକୁ ସିଭିୟର ଓ ଅନ୍ୟ ୨ ଜଣ ସାମାନ୍ୟ ରକ୍ତହୀନତା ଚିହ୍ନଟ ହୋଇଛି।
ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପ୍ରତିକ୍ରିୟା। ବାତ୍ୟା ନେଇ କିଛି ଘରୋଇ ସଂସ୍ଥା ନିଜ ନିଜ ପୂର୍ବାନୁମାନ ଓ ଆକଳନ କରୁଛନ୍ତି ।
ଆହୁରି ସଠିକ ହେବ ପାଣିପାଗ ଆକଳନ। ଓଡ଼ିଶାର ପାଣିପାଗ ପୂର୍ବାନୁମାନ ଏବଂ ବିପର୍ଯ୍ୟୟ ପରିଚାଳନାକୁ ଅଧିକ ସଶକ୍ତ କରିବା ପାଇଁ ସମ୍ବଲପୁରର ଜମାଦାରପାଲି ଠାରେ ଏକ ଅତ୍ୟାଧୁନିକ ଡପଲର ୱେଦର ରାଡାର ଷ୍ଟେସନ୍ ସ୍ଥାପନ କରାଯାଇଛି।
ପୁଣି ଡରାଇଲାଣି ବାତ୍ୟା। ବାତ୍ୟା ଆସିବା ନେଇ ପୂର୍ବାନୁମାନ କରୁଛନ୍ତି ବିଭିନ୍ନ ମଡେଲ୍। ଆମେରିକାର ଜିଏଫ୍ଏସ୍, ୟୁରୋପର ଇସିଏମଡବ୍ଲୁଏଫ, ଏଆଇ ତଥା ଆଇଏମଡି ମଡେଲରେ ବି ବାତ୍ୟା ନେଇ ଆକଳନ କରୁଛି।