ହୀରାକୁଦରେ ବଢ଼ୁଛି ଜଳସ୍ତର, ଖୋଲିଲା ଆଉ ୪ ଗେଟ୍
ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଆଉ ୪ଟି ସ୍ଲୁଇସ୍ ଗେଟ୍ ଖୋଲା ଯାଇଥିବାବେଳେ ମୋଟ ୧୪ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି।
ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଆଉ ୪ଟି ସ୍ଲୁଇସ୍ ଗେଟ୍ ଖୋଲା ଯାଇଥିବାବେଳେ ମୋଟ ୧୪ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି।
ଏହାରି ମଧ୍ୟରେ ପଶ୍ଚିମ ସିକ୍କିମରେ ଭୟଙ୍କର ଭୂସ୍ଖଳନ ଘଟିଛି। ଗ୍ୟାଲସିଂ ଜିଲ୍ଲାର ୟୁକସମ୍ ସବ୍ ଡିଭିଜନ୍ ରିମ୍ବି ଓ ସିଙ୍ଗଲିତମ ଅଞ୍ଚଳରେ ଏହି ଭୂସ୍ଖଳନ ହୋଇଛି I ପାହାଡ଼ରୁ ମାଟି ଓ ପଥର ଲଗାତାର ତଳକୁ ଖସୁଥିବାରୁ ଜନବସତି ସହ ଚାଷଜମି ପ୍ରତି ବିପଦ ବଢ଼ିଛି I ଗତ ଶୁକ୍ରବାର ରାତିରୁ ଭୂସ୍ଖଳନ ଆରମ୍ଭ ହୋଇଥିବା ବେଳେ ଏହାପରେ ମଧ୍ୟ ପାହାଡ଼ ଓ ମାଟିର ଗତି ଜାରି ରହିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ବଢ଼ିଛି।
ବର୍ଷା ହେଲେ ବାହ୍ୟଜଗତରୁ ବିଚ୍ଛିନ୍ନ ହେଉଛି ଗାଁ। ଜରୁରୀ ଅବସ୍ଥାରେ ବି ଲୋକେ ବାହାରକୁ ବାହାରି ପାରୁ ନାହାନ୍ତି। ଆମ୍ବୁଲାନ୍ସ ଆସିଲେ ବି ଗାଁ ଭିତରକୁ ଯାଇ ପାରୁନି। ଏଭଳି ଦୁର୍ଦିନରେ ଦିନ ବିତାଉଛନ୍ତି ଦୁର୍ଗମ ଅଞ୍ଚଳବାସୀ। ଦେବଗଡ଼ ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବାବେଳେ ବାରକୋଟ ବ୍ଲକ କାଳିଆପାଳ ଗ୍ରାମକୁ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ। ନାଳରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଆଗକୁ ଯାଇ ପାରିଲାନି ଆମ୍ବୁଲାନ୍ସ। ଗର୍ଭବତୀ ମହିଳାଙ୍କୁ ବୋହି ନାଳ ପାର କଲେ ଆଶା ଦିଦି ଓ ପରିବାର।
ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇଥିବାବେଳେ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଲଘୁଚାପ ପ୍ରଭାବରେ ଆଜି ଉତ୍ତର ଓଡ଼ିଶାର ୪ ଜିଲ୍ଲାରେ ଭୀଷଣ ବର୍ଷା ହୋଇଛି । ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେଓଗଡ଼, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।
ଲଗାଣ ବର୍ଷା ଯୋଗୁ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଦେଖାଯାଇଥିବା ଏହା ଉପରେ ନଜର ରଖାଯାଇଛି। ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଥିବାରୁ ଗ୍ରାଉଣ୍ଡରେ ଅଧିକାରୀମାନେ ମୁତୟନ ଅଛନ୍ତି। ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତରଣ ମଧ୍ୟ ଆରମ୍ଭ ହୋଇଛି। ଏନେଇ ଏସଆରସି ରାଜେଶ ପ୍ରଭାକର ପାଟିଲ ସୂଚନା ଦେଇଛନ୍ତି।
ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଥିବାବେଳେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପ଼ଡ଼ିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବ । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ପ୍ରକୋପ ବଢ଼ିବ । ଆସନ୍ତା ୫-୬ ଦିନ ଧରି ବର୍ଷା ଲାଗି ରହିବ ବିଭିନ୍ନ ଅଞ୍ଚଳରେ ।
ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ। ରାଜ୍ୟରେ ସପ୍ତାହେ ଅର୍ଥାତ୍ ୭ ଦିନ ଧରି ବର୍ଷା ଲାଗି ରହିବ। ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା ପାଖାପାଖି ବାଙ୍ଗଲାଦେଶ ଉପରେ ଘୁର୍ଣ୍ଣିବଳୟ ରହିଛି।
ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଉପୁଜିଛି କୃତ୍ରିମ ବନ୍ୟା ପରିସ୍ଥିତି। କର୍ଲାମୁଣ୍ଡା ବ୍ଲକ୍ ସାପଲହରା ପଞ୍ଚାୟତ ବାଞ୍ଜିପଦର ପ୍ରାଥମିକ ବିଦ୍ୟାଳୟରେ ଦୁଇ ଫୁଟ ବର୍ଷା ପାଣି ଜମି ରହିଛି।
ଲଗାଣ ବର୍ଷା ଯୋଗୁଁ ଲାଂଥ ନଦୀରେ ହଠାତ୍ ଜଳସ୍ତର ବଢ଼ିଯିବାରୁ ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ପଞ୍ଚାୟତର ଟୁର୍ଚ୍ଚାଉପେର ନିକଟରେ ଏକ ବଡ଼ ଅଘଟଣ ଅଳ୍ପକେ ଟଳିଯାଇଛି।
ମୁଷଳ ଧାରାରେ ଲଗାଣ ବର୍ଷା ଯୋଗୁଁ ମୁମ୍ବାଇରେ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଥିବାବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।
ଚୀନ୍ର ହୁବେଇ ପ୍ରଦେଶରେ ଭୟଙ୍କର ଝଡ଼ ଏବଂ ପ୍ରବଳ ବର୍ଷା ହୋଇଥିବାବେଳେ ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ହୁବେଇର ଜରୁରୀକାଳୀନ ପରିଚାଳନା ବିଭାଗ ସୂଚନା ଦେଇଛି,
ସାରା ରାଜ୍ୟ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ଲଗାଣ ବର୍ଷାରେ ଅନେକ ସ୍ଥାନରେ ସ୍ଥିତି ବେହାଲ ହୋଇଥିବା ଦେଖିବାକୁ ମିଳିଛି। ୮ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବାବେଳେ ୫ ଜିଲ୍ଲାରେ ଅତି ଭୀଷଣ ବର୍ଷା
ଖୁସିରେ ଲାଗିଲା ନିଆଁ। ବାହାଘର ପାଇଁ ନାଚ ଗୀତ ଚାଲିଥିଲା। ନାଚି ନାଚି ବରଯାତ୍ରୀ ଯାଉଥିଲେ। ହଠାତ ବରଯାତ୍ରୀଙ୍କ ଉପରେ ପଡ଼ିଲା ବଜ୍ରପାତ ।
ଧୀରେ ଧୀରେ ସକ୍ରିୟ ହେଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏହାର ପ୍ରଭାବରେ ସାରା ଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଶଙ୍କା ରହିଛି। ସପ୍ତାହେ ଧରି ମୌସୁମୀର ମନ୍ଥର ଗତି ଓ ବର୍ଷାଭାବ ପରେ ଏବେ ଦେଶବ୍ୟାପୀ ସକ୍ରିୟ ହେବାରେ ଲାଗିଛି।
ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ସପ୍ତାହେ ଧରି ବର୍ଷା ସମ୍ଭାବନା ରହିଛି। ଟ୍ବିନ୍ ସିଟି ଭୁବନେଶ୍ୱର-କଟକରେ ଝିପିଝିପି ବର୍ଷା ଲାଗି ରହିଛି । ଆକାଶ ମେଘାଚ୍ଛନ୍ନ ଥିବାରୁ ଶୀତଳ ପରିବେଶ ସୃଷ୍ଟି ହୋଇଛି ।
ରାଜ୍ୟରେ ମୌସୁମୀ ପ୍ରଭାବରେ ବର୍ଷା ଜାରି ରହିଛି। ରାଜ୍ୟର ସବୁ ଜିଲ୍ଲାକୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଜୁନ ୧୨ରେ ରାଜ୍ୟକୁ ମୌସୁମୀ ଅଗ୍ରସର ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ପୁରା ରାଜ୍ୟକୁ ଛୁଇଁଛି।
ଚାଷୀଙ୍କ ଆକାଉଣ୍ଟକୁ ଗଲା ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ହୁଗଲି ଜିଲ୍ଲାର ତାରକେଶ୍ୱରରୁ ୨୩ତମ କିସ୍ତି ଜାରି କରିଛନ୍ତି।
ବିଜେପି ସରକାରର ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣ ଦେଇ କହଛନ୍ତି ଯେ, ରାଜ୍ୟରେ ବିଜେପି ସରକାର ୨ ବର୍ଷ ପୂରଣ କରିଛି। ୨ ବର୍ଷରେ ମହାପୁରୁଷଙ୍କ ସ୍ବପ୍ନ ପୂରଣ ପାଇଁ ସରକାର ଅନେକ ପ୍ରଶଂସନୀୟ ଉଦ୍ୟମ କରିଛନ୍ତି।