ଧୋଇଗଲା ୫୬ ଲକ୍ଷ ଟଙ୍କାର ରାସ୍ତା, କାଦୁଅରେ ଧାନ ରୋଇଲେ ଲୋକେ
ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିଲା ରାସ୍ତା, ହେଲେ ଦୁଇ ବର୍ଷ ବି ଗଲାଣି। ଗୋଟିଏ ବର୍ଷାରେ ରାସ୍ତା ଅବସ୍ଥା ବେହାଲ ହୋଇଥିବାବେଳେ ପୁରା ଧୋଇଯାଇଥିବା ଦେଖିବାକୁ ମିଳିଛି। ରାସ୍ତା ସାରା ଖାଲ ଖମାରେ ଭର୍ତ୍ତି। ଏହି ରାସ୍ତାରେ ଯିବା ଆସିବା ଅସମ୍ଭବ ହୋଇପଡ଼ିଛି। ଦିନ କେଇଟାରେ ୫୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ନିର୍ମିତ ରାସ୍ତାର ଏଭଳି ଦୁରବସ୍ଥାକୁ ନେଇ ତାତିଛନ୍ତି ଗ୍ରାମବାସୀ।
