ଭଙ୍ଗା ଘରେ ବିତୁଛି ଜୀବନ, ଦୟନୀୟ ସ୍ଥିତିରେ ଦିନ କାଟୁଛନ୍ତି ଦନେଇ
ଭଙ୍ଗା ଘରେ କଟୁଛି ଦିନ। ପେଟକୁ ୨ ମୁଠା ଖାଇବା ପାଇଁ କରିବାକୁ ପଡ଼ୁଛି ସଂଘର୍ଷ। ଝାଟିମାଟି ଘରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ପଞ୍ଚାୟତ ଅଧୀନ ବଡ଼ବଡ଼ିଙ୍ଗା ଗ୍ରାମର ଦନେଇ ଖିନବୁଡ଼ି। କାନ୍ଥରୁ ମାଟି ଝଡ଼ି ଲଗାଣି, ବର୍ଷାରେ ଘରଟି କେତେବେଳେ ଭୁଶୁଡ଼ି ପଡ଼ିବ କିଛି କହି ହେବ ନାହିଁ। ଦନେଇଙ୍କ ଦୟନୀୟ ସ୍ଥିତି ଦେଖିଲେ ଲାଗେ ସରକାରଙ୍କ ସବୁ ଯୋଜନା
