ବଂଶଧାରା ନଦୀ ସୁରକ୍ଷା ମଞ୍ଚର ଚେତାବନୀ ପରେ ବାତିଲ ହେଲା ନେରେଡ଼ି ବ୍ୟାରେଜ୍ ପାଇଁ ଜମି ଅଧିଗ୍ରହଣ
ସତ୍ୟପାଠ ବ୍ୟୁରୋ 29/08/2026 :ପାରଳାଖେମୁଣ୍ଡି / କାଶୀନଗର:ବଂଶଧାରା ନଦୀରେ ଆନ୍ଧ୍ରପ୍ରଦେଶ ପକ୍ଷ…
ସତ୍ୟପାଠ ବ୍ୟୁରୋ 29/08/2026 :ପାରଳାଖେମୁଣ୍ଡି / କାଶୀନଗର:ବଂଶଧାରା ନଦୀରେ ଆନ୍ଧ୍ରପ୍ରଦେଶ ପକ୍ଷ…
ସତ୍ୟପାଠ ବ୍ୟୁରୋ, 29/08/2026: ବେଆଇନ ଫ୍ଲାଇ ଆସ୍ ଡମ୍ପିଂ: ବେଦାନ୍ତ ଉପରେ ୧.୪୬ କୋଟିର ପରିବେଶ କ…
କୁଶୀନଗର(ସତ୍ୟପାଠବ୍ୟୁରୋ): ନେପାଳ ବନ୍ୟା ବିଭୀଷିକାର ପ୍ରଭାବ ଏବେ ଭାରତ-ନେପାଳ ବାଣିଜ୍ୟ ଉପରେ ପ…
ଭୁବନେଶ୍ୱର,(ସତ୍ୟପାଠବ୍ୟୁରୋ): ରାଜ୍ୟର ଚାଷୀମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ଆୟ ବୃଦ୍ଧି କରି…
ପାରାଦୀପ(ସତ୍ୟପାଠବ୍ୟୁରୋ)- ସେଦିନ ଥିଲା ଅଗଷ୍ଟ ୨୧, ଶୁକ୍ରବାର। ସବୁ ଠିକଠାକ୍ ଚାଲିଥିଲା। ପାରାଦୀପ…
ନେପାଳରେ ଭୟଙ୍କର ବନ୍ୟା ପରେ ନିଖୋଜ ଲୋକଙ୍କ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏଥିରେ ସହଯୋଗ କରିବାକୁ ଭାରତ, ଚୀନ, ଆମେରିକା ସମେତ ବିଭିନ୍ନ ଦେଶ ପକ୍ଷରୁ ଦିଆଯାଇଥିବା ହେଲିକପ୍ଟର ଓ ପ୍ରଶିକ୍ଷିତ ଉଦ୍ଧାରକାରୀ ଦଳର ସହାୟତା ନେବାକୁ ନେପାଳ ସରକାର ମନା କରିଦେଇଛନ୍ତି।
ରାଉରକେଲା ସର୍କିଟ ହାଉସରୁ ବନ୍ଧୁକ ଜବତ ଘଟଣା ଧୀରେ ଧୀରେ ନୂଆ ମୋଡ ନେବାରେ ଲାଗିଛି। ବିହାରରୁ ନିଲମ୍ବିତ ବିଜେପି ନେତା ପ୍ରକାଶ ପାଶ୍ବାନ୍ ଗିରଫ ହୋଇ ରାଉରକେଲାକୁ ଅଣାଗଲାଣି। ହେଲେ ସମୟ ଯେତେ ବିତୁଛି ରାଜନୀତି ସେତିକି ହଟଚମଟ ସୃଷ୍ଟି କରୁଛି। ପ୍ରକାଶ ପାଶ୍ବାନ ଥିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ ଙ୍କ ଖାସ ଲୋକ ।
ରାଜ୍ୟର ମହିଳା ହିତାଧିକାରୀଙ୍କ ପାଇଁ ବଡ଼ ଖୁସି ଖବର । ଖାତାକୁ ଗଲା ‘ସୁଭଦ୍ରା’ ଟଙ୍କା। ନୟାଗଡ଼ରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ଏହି ଟଙ୍କା ପ୍ରଦାନ କରାଯାଇଛି । ସୂଚନା ଅନୁସାରେ, ରାଜ୍ୟର ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ଜଣ ମହିଳାଙ୍କ ଖାତାକୁ ସୁଭଦ୍ରା ଟଙ୍କା ହସ୍ତାନ୍ତର କରାଯାଇଛି । ମୋଟ ୫ ହଜାର ୧୬୦ କୋଟିରୁ ଅଧିକ ଟଙ୍କା ହିତାଧିକାରୀଙ୍କୁ ଦିଆଯାଇଛି ।
ବୌଦ୍ଧରେ ବେଆଇନ୍ ଗଞ୍ଜେଇ ଡିଲ୍ ପ୍ରସଙ୍ଗରେ ଅଡିଓ ଭାଇରାଲ ଘଟଣାକୁ ନେଇ ୨ ପୋଲିସ ଅଧିକାରୀଙ୍କ ଉପରେ କଡ଼ା ଆକ୍ସନ ନିଆଯାଇଛି। ଏସ.ଆଇ ପ୍ରାଣବନ୍ଧୁ ସାହୁଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ହୋମଗାର୍ଡ ମାନଭଞ୍ଜନ ଜଗଦଲାକୁ ଚାକିରିରୁ ବରଖାସ୍ତ କରାଯାଇଥିବା ଗୁପ୍ତ ସୁତ୍ରରୁ ସୂଚନା ମିଳିଛି। ପୂର୍ବରୁ ପ୍ରାଣବନ୍ଧୁ ସାହୁଙ୍କୁ ବଘିଆପଡା ଥାନାରୁ ବଦଳି କରିଥିଲେ ଆରକ୍ଷୀ ଅଧିକ୍ଷକ।
ହୀରାକୁଦ ବନ୍ଧ ନିର୍ମାଣରେ ଭିଟାମାଟି ହରାଇଥିବା ବିସ୍ଥାପିତଙ୍କ ଦୁଃଖର କାହାଣୀ ସାତ ଦଶନ୍ଧି ପରେ ବି ଶେଷ ହୋଇନାହିଁ। ଜମିର ଅଧିକାର ଓ ପଟ୍ଟା ଦାବିରେ ଚାଲିଥିବା ଅନଶନ ଧର୍ମଘଟ ଆଜି ୫୮ ଦିନରେ ପହଞ୍ଚିଛି l ଦୀର୍ଘ ଦିନର ଅନଶନ ସତ୍ତ୍ୱେ ମଧ୍ୟ ସମାଧାନର ବାଟ ନ ବାହାରୁ ନଥିବାରୁ ଆନ୍ଦୋଳନକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଭାରତୀୟ ଜାଭ୍ଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ଡାଇମଣ୍ଡ ଲିଗ୍ ଫାଇନାଲ୍କୁ ଲାଗି ନିଜ ସ୍ଥାନ ପକ୍କା କରିଛନ୍ତି। ଡାଇମଣ୍ଡ ଲିଗ୍ ଫାଇନାଲ୍ ଆସନ୍ତା ମାସ ୪ ଓ ୫ ତାରିଖରେ ବ୍ରସେଲ୍ସରେ ଅନୁଷ୍ଠିତ ହେବ। ୨ ଥରର ଅଲିମ୍ପିକ୍ସ ପଦକ ବିଜେତା ନୀରଜ ଚଳିତ ଋତୁରେ ୨ ଡାଇମଣ୍ଡ ଲିଗ୍ରେ ଅଂଶଗ୍ରହଣ କରିଛନ୍ତି। ଦୋହାରେ ଜୁନ୍ ୧୯ ତାରିଖରେ ଆୟୋଜିତ ପ୍ରତିଯୋଗିତାରେ ସେ ୮୫.୬୯ ମିଟର ଜାଭ୍ଲିନ୍ ଫିଙ୍ଗି ଚତୁର୍ଥ ସ୍ଥାନରେ ରହିଥିଲେ
ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି କ୍ଲବ ଘର। ଛାତରୁ ଗଳୁଛି ପାଣି। କାନ୍ଥଗୁଡ଼ିକର ଅବସ୍ଥା ନାହିଁ । କେତେବେଳେ ଭୁଶୁଡ଼ି ପଡ଼ିବ କିଛି କହି ହେବ ନାହିଁ। କ୍ଲବ ଘର ନିର୍ମାଣ ପାଇଁ ବାରମ୍ବାର ଅଭିଯୋଗ କଲେ ବି କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହେଉଛି। ଶେଷର ଚାନ୍ଦା ଆଦାୟ କରି ନିଜ ପଇସାରେ କ୍ଲବ ଘର ମରାମତି ପାଇଁ ଅଣ୍ଟା ଭିଡ଼ିଛନ୍ତି ଗାଁ ଲୋକେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜ଼ିଲ୍ଲା ଟାଙ୍ଗରପାଳି ବ୍ଲକ ଅନ୍ତର୍ଗତ ସାନ ପତ୍ରାପାଲି ପଂଚାୟତର ପାତକିଯୋର ଗାଁରେ।
ବେକରେ ନା ପଡ଼ିଛି ଷ୍ଟେଥୋସ୍କୋପ ନା ହାତରେ ଅଛି ଇଞ୍ଜେକସନ। ତଥାପି ଏମାନେ ଡାକ୍ତର। ଘର ଘର ବୁଲି ରୋଗୀଙ୍କୁ ମେଡିସିନ ଦେଉଛନ୍ତି। ଦୁର୍ଗମ ଇଲାକାରେ ଏମାନେ ହିଁ ରୋଗୀଙ୍କ ପାଇଁ ଭଗବାନ ସଦୃଶ। ହେଲେ ଏହି ନକଲି ଡାକ୍ତର ବା କ୍ବାକମାନେ ଭୁଲି ଯାଉଛନ୍ତି, ଏମାନେ ପ୍ରକୃତରେ ଡାକ୍ତର ନୁହଁନ୍ତି। ଚିକିତ୍ସା ନାଁରେ ଭାଣ୍ଡାମି ଚଲାଉ ଥିବା ଅଭିଯୋଗ ହେଉଛି।
ଚେସ୍ ଦୁନିଆରେ ଭାରତର ନୂଆ ଇତିହାସ । ଗ୍ରାଣ୍ଡ ଚେସ୍ ଟୁର୍ ଜିତି ପ୍ରଥମ ଭାରତୀୟ ଭାବେ ଇତିହାସ ରଚିଲେ ଆର୍. ପ୍ରଜ୍ଞାନନ୍ଦା । ଡିଫେଣ୍ଡିଂ ଚାମ୍ପିଅନ୍ ଫାବିଆନୋ କାରୁଆନାଙ୍କ ବିପକ୍ଷରେ ଅବିଶ୍ୱସନୀୟ କମ୍ବ୍ୟାକ୍ କରି ଏହି ବଡ଼ ସଫଳତା ହାସଲ କରିଛନ୍ତି ଚେନ୍ନାଇର ଏହି ଗ୍ରାଣ୍ଡମାଷ୍ଟର । ଫାଇନାଲ୍ର ଶେଷ ଦିନ ପୂର୍ବରୁ ପ୍ରଜ୍ଞାନନ୍ଦା ୬ ପଏଣ୍ଟ ପଛରେ ଥିଲେ।
ଦାଦାବଟି ଆଦାୟ ଓ ଚୋରି ଅଭିଯୋଗରେ ଜୟପୁର ପୋଲିସକୁ ବଡ଼ ସଫଳତା ମିଳିଛି। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଇଛି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ୮ଟି ବାଇକ୍ ସହ ବିପୁଳ ଚୋରି ସାମଗ୍ରୀ ଜବତ ହୋଇଛି ।
ନେପାଳ ବନ୍ୟା ବିଭୀଷିକାରେ ସବୁ କିଛି ଛାରଖାର ହୋଇଯାଇଛି। ମାଟି ତଳୁ ଖୋଜୁଛନ୍ତି ପରିଜନଙ୍କ ମୃତଦେହ। ଧୀରେ ଧୀରେ ମୃତ୍ୟୁସଂଖ୍ୟା ବଢ଼ି ଚାଲିଥିବାବେଳେ ଆହୁରି ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଜଳ ପ୍ରଳୟ ଓ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୪୬୯ରେ ପହଞ୍ଚିଥିବା ବେଳେ ପ୍ରାୟ ୧୫ ଶହ ଲୋକ ଏବେ ବି ନିଖୋଜ ଅଛନ୍ତି ।
କଟକ(ସତ୍ୟପାଠ ବ୍ୟୁରୋ): ଏସ୍ସିବି ବଡ଼ ମେଡିକାଲରେ ବଡ଼ ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି । ଗତ ୧୦ ବର…
ନିମିଷକ ମଧ୍ୟରେ ସବୁକିଛି ନଷ୍ଟ ହୋଇ ମାଟିରେ ମିଶି ଯାଇଛି । ଭୟଙ୍କର ଜଳ ପ୍ରଳୟ ପରେ ଏବେ ସମଗ୍ର ନେପାଳରେ ଶ୍ମଶାନର ନୀରବତା ଛାଇଯାଇଛି । ସହର, ଗାଁ, ରାସ୍ତାଘାଟ ସବୁକିଛି ପଙ୍କକାଦୁଅର ବହଳ ଆସ୍ତରଣ ତଳେ ପୋତି ହୋଇଯାଇଛି । ଶହ ଶହ ବହୁତଳ କୋଠା ଓ ଯାନବାହନ ଭୂମିସାତ୍ ହୋଇଥିବା ବେଳେ ଲୋକମାନେ ନିଜ ସମ୍ପର୍କୀୟ ଓ ଘରଦ୍ୱାରକୁ ଖୋଜୁଛନ୍ତି ।