ବିମାନ ଯାତ୍ରୀଙ୍କଠାରୁ ୪.୫ କୋଟିର ଗଞ୍ଜେଇ ଜବତ
ଦିଲ୍ଲୀର ବିମାନବନ୍ଦରରେ ସୀମାଶୁଳ୍କ ବିଭାଗ ବ୍ୟାଙ୍କକ୍ ଠାରୁ ଆସିଥିବା ଜଣେ ଭାରତୀୟ ଯାତ୍ରୀଙ୍କ ବ୍ୟାଗରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ବ୍ୟାଙ୍କକଠାରୁ ଦିଲ୍ଲୀ ଆସୁଥିବା ଜଣେ ଭାରତୀୟ ଯାତ୍ରୀଙ୍କ ବ୍ୟାଗ୍ ଯାଞ୍ଚ କରାଯିବା ସମୟରେ, ବିଭାଗୀୟ ଅଧିକାରୀ ବିପୁଳ ପରିମାଣର ଗଞ୍ଜେଇ ଥିବା ଜାଣିପାରି ଥିଲେ। ଏକ୍ସ-ରେ ସ୍କ୍ରିନିଂ ପରେ, ଯାତ୍ରୀଙ୍କ ବ୍ୟାଗ୍ ଯାଞ୍ଚ କରାଯାଇଥିଲା।
