ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ, କାଲି ରୋଡ୍ ସୋ’
ଆଜି ସନ୍ଧ୍ୟାରେ ଦିଲ୍ଲୀ ଗସ୍ତରେ ଯିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆସନ୍ତାକାଲି ଦିଲ୍ଲୀରେ ଆୟୋଜିତ ରୋଡ୍ ସୋ’ରେ ସେ ଯୋଗଦେବେ।
ଆଜି ସନ୍ଧ୍ୟାରେ ଦିଲ୍ଲୀ ଗସ୍ତରେ ଯିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆସନ୍ତାକାଲି ଦିଲ୍ଲୀରେ ଆୟୋଜିତ ରୋଡ୍ ସୋ’ରେ ସେ ଯୋଗଦେବେ।
ମାଓବାଦୀଙ୍କ ଦ୍ୱାରା ବ୍ୟବହୃତ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ। ଫାରସେଗଡ଼ ପୋଲିସ ଷ୍ଟେସନ ଅଧୀନରେ ଥିବା ବଡେଲୱାଡା ଜଙ୍ଗଲରୁ ଜବତ କରାଯାଇଛି। ଫରସେଗଡ଼ ପୋଲିସ ଷ୍ଟେସନ, ଡିଆରଜି ବିଜାପୁର ଏବଂ ବିଡିଏସ ଟିମ୍ ଦ୍ୱାରା ମିଳିତ ଅଭିଯାନବେଳେ ସଫଳତା। ବାଡେଲୱାଡ଼ା ଗାଁ ନିକଟ ଜଙ୍ଗଲ-ପାହାଡ଼ିଆ ଅଞ୍ଚଳରେ କୋମ୍ବିଂବେଳେ ମାଓବାଦୀମାନେ ଲୁଚାଇ ରଖିଥିବା ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଜବତ କରାଯାଇଛି।
ଜମ୍ମୁ-କଶ୍ମୀରର ଉଧମପୁରରେ ସୁରକ୍ଷାବାହିନୀକୁ ବଡ଼ ସଫଳତା । ରାତିଅଧିଆ ଏନ୍କାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଉଧମପୁର ଜିଲ୍ଲାର ମଜାଲ୍ଟା ଅଞ୍ଚଳର ବ୍ରାଟଲ ଅଞ୍ଚଳରେ ଏହି ଗୁଳିବିନିମୟ ହୋଇଥିବା ଜଣାପଡ଼ିଛି । ନିହତ ଦୁଇ ଆତଙ୍କବାଦୀ ଜୈଶ-ଏ-ମହମ୍ମଦର ପ୍ରକ୍ସି ସଂଗଠନ କାଶ୍ମୀର ଟାଇଗର୍ସ ସହ ଜଡ଼ିତ ଥିବା ସନ୍ଦେହ କରାଯାଉଛି । ତେବେ ସେମାନଙ୍କ ପରିଚୟ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି।
ନୂଆ ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର। ଏପ୍ରିଲ ମାସରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ। ରେଜିଷ୍ଟର୍ କରିପାରିବେ ନୂଆ ହିତାଧିକାରୀ। ୨୧ ବର୍ଷ ହୋଇଥିଲେ କରିପାରିବେ ଆବେଦନ।
ଦେଶର କର୍ମଜୀବୀଙ୍କ ସାମାଜିକ ସୁରକ୍ଷାକୁ ଅଧିକ ବ୍ୟାପକ ତଥା ସୁଦୃଢ଼ କରିବା ଦିଗରେ କେନ୍ଦ୍ର ସରକାର ଏକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
ଆହୁରି ସଠିକ ହେବ ପାଣିପାଗ ଆକଳନ। ଓଡ଼ିଶାର ପାଣିପାଗ ପୂର୍ବାନୁମାନ ଏବଂ ବିପର୍ଯ୍ୟୟ ପରିଚାଳନାକୁ ଅଧିକ ସଶକ୍ତ କରିବା ପାଇଁ ସମ୍ବଲପୁରର ଜମାଦାରପାଲି ଠାରେ ଏକ ଅତ୍ୟାଧୁନିକ ଡପଲର ୱେଦର ରାଡାର ଷ୍ଟେସନ୍ ସ୍ଥାପନ କରାଯାଇଛି।
ରାଜ୍ୟରେ ସେମିକଣ୍ଡକ୍ଟର ଶିଳ୍ପ କ୍ଷେତ୍ରରେ ନୂଆ ଆଶା ସଂଚାର ହୋଇଛି । ଖୋର୍ଦ୍ଧାରେ ସିକ୍ସେମ୍ କମ୍ପାନି ଚିପ୍ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବ । ଏଥିରେ ୩,୪୦୬ କୋଟି ଟଙ୍କା ନିବେଶ ହେବ ।
ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ରାଷ୍ଟ୍ରପତି ଭବନରେ ଦେଖିବାକୁ ମିଳିଛି ଓଡ଼ିଆ ସଂସ୍କୃତିର ଅନନ୍ୟ ଝଲକ। ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଆୟୋଜିତ ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉପସ୍ଥିତ ରହି ଉପଭୋଗ କରିଥିଲେ। ନୂଆଖାଇ ଭଳି କୃଷିଭିତ୍ତିକ ପର୍ବକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିବିଧ ଲୋକ ଓ ଶାସ୍ତ୍ରୀୟ କଳାର ପ୍ରଦର୍ଶନ ହୋଇଥିଲା।
ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଡିଙ୍ଗା ସଦରସ୍ଥିତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରୁ ଟଙ୍କା ଓ ସୁନା ଲୁଟ୍ ଉଦ୍ୟମ ଘଟଣାରେ କୋଡିଙ୍ଗା ପୋଲିସକୁ ସଫଳତା ମିଳିଛି।
ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ପାଇସଜେଟ୍ ବିରୋଧରେ ଯାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦୁବାଇ ଅଭିମୁଖେ ଯିବାକୁ ଥିବା ଦୁଇଟି ବିମାନ ୨୪ ଘଣ୍ଟାରୁ ଅଧିକ ବିଳମ୍ବ ହେବାରୁ ପ୍ରାୟ ୨୦୦ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ମାଛ ଧରିବା ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଟାଣିନେଲା ବଉଳା କୁମ୍ଭୀର। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଖରିନାସୀ ଅଞ୍ଚଳରୁ ଦୁଃଖଦ ଖବର ଆସିଛି।
ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ନିକଟରେ ପାରମ୍ପରିକ ରୀତିନୀତିରେ ନବାନ୍ନ ଲାଗି ହୋଇଛି । ମୁଖ୍ୟ ପୂଜକଙ୍କ ସମେତ ଅନ୍ୟ ପୂଜକମାନଙ୍କ ଘରୁ ଆସିଥିବା ନୂଆ ଧାନରେ ପ୍ରସ୍ତୁତ ନବାନ୍ନ ମାଆଙ୍କୁ ଅର୍ପଣ କରାଯାଇଥିଲା।
ପୁଣି ଡରାଇଲାଣି ବାତ୍ୟା। ବାତ୍ୟା ଆସିବା ନେଇ ପୂର୍ବାନୁମାନ କରୁଛନ୍ତି ବିଭିନ୍ନ ମଡେଲ୍। ଆମେରିକାର ଜିଏଫ୍ଏସ୍, ୟୁରୋପର ଇସିଏମଡବ୍ଲୁଏଫ, ଏଆଇ ତଥା ଆଇଏମଡି ମଡେଲରେ ବି ବାତ୍ୟା ନେଇ ଆକଳନ କରୁଛି।
ଜ୍ବର ଛାଡ଼ିବା ପରେ ସୁସ୍ଥ ଅଛନ୍ତି ଓରାଙ୍ଗଉଟାଙ୍ଗ। ସେମାନେ ଏବେ ଠିକ୍ ଭାବେ ଖାଦ୍ୟ ଗ୍ରହଣ କରୁଛନ୍ତି। ଧୀରେ ଧୀରେ ଓଡ଼ିଶାର ପାଣିପାଗ ସହ ଖାପ ଖୁଆଉଛନ୍ତି। ୨ ପୁରୁଷ ଓରାଙ୍ଗଉଟାଙ୍ଗଙ୍କ ମଳ ନମୁନା ପରୀକ୍ଷା କରାଯାଇଛି।
ସ୍ଥଳ, ଜଳ, ଆକାଶ ପରେ ଏବେ ମହାକାଶରେ ସାମରିକ ଘାଟି କରିବାକୁ ଯାଉଛି ଆମେରିକା। ପୃଥିବୀ ସୀମା ବାହାରେ ମହାକାଶରେ ଆଗାମୀ ଦିନରେ ଯୁଦ୍ଧ ହେବାକୁ ଯାଉଛି। ମହାଶକ୍ତି ଆମେରିକା ଇରାନ ଉପରେ ଆକ୍ରମଣ କରିବା ପରେ, ବିଶ୍ୱ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ଯୁଗକୁ ପୁଣି ଫେରିଆସିଛି।
ଦିଗ ନିର୍ଦ୍ଦେଶ ଯୋଗୁଁ ୟୁକ୍ରେନ ଏବଂ ରୁଷ ସାମରିକ ଡ୍ରୋନ୍ ବାରମ୍ବାର ଫିନଲ୍ୟାଣ୍ଡ, ଲାଟଭିଆ, ଲିଥୁନିଆ ଏବଂ ଏଷ୍ଟୋନିଆ ଭଳି ନାଟୋ ସଦସ୍ୟ ଦେଶଗୁଡ଼ିକର ଆକାଶ ସୀମାରେ ପ୍ରବେଶ କରୁଛନ୍ତି।
କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଦ୍ରୁତ ବିକାଶ ଓ ଏହାର ସମ୍ଭାବ୍ୟ ବିପଦକୁ ନେଇ ସାରା ବିଶ୍ୱରେ ଚିନ୍ତା ବୃଦ୍ଧି ପାଉଥିବା ବେଳେ ଗୁଗଲ୍ ଡିପ୍ ମାଇଣ୍ଡରୁ ଦୁଇଜଣ ପ୍ରମୁଖ ଗବେଷକ ଇସ୍ତଫା ଦେଇଛନ୍ତି