ଏସୀୟାନ ଗେମ୍ସ: ପୁରୁଷ ହକିରେ ଭାରତକୁ ସ୍ୱର୍ଣ୍ଣ, ଅଲମ୍ପିକ୍ ପାଇଁ ବି ହେଲା ମନୋନୀତ
ନୂଆଦିଲ୍ଲୀ (ସତ୍ୟପାଠବ୍ୟୁରୋ) : ଭାରତୀୟ ପୁରୁଷ ହକି ଟିମ୍ ପଞ୍ଚମ ଥର ପାଇଁ ଏସିଆନ୍ ଗେମ୍ସରେ ସ୍ୱର୍…
ନୂଆଦିଲ୍ଲୀ (ସତ୍ୟପାଠବ୍ୟୁରୋ) : ଭାରତୀୟ ପୁରୁଷ ହକି ଟିମ୍ ପଞ୍ଚମ ଥର ପାଇଁ ଏସିଆନ୍ ଗେମ୍ସରେ ସ୍ୱର୍…
ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଉପପ୍ରଧାନମନ୍ତ୍ରୀ ଶେଖ୍ ହମଦାନ୍ ବିନ୍ ମହମ୍ମଦ ବିନ୍ ରସିଦ୍ ଅଲ୍- ମକତୁମ୍ ଶନିବାର ବିମାନରେ ଆତଙ୍କବାଦୀ ଘଟଣାରେ ଆହତ ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମିତ୍ ମାଚ୍ଛରଙ୍କୁ ହସ୍ପିଟାଲରେ ଭେଟିଛନ୍ତି। ଅଲ୍- ମକତୁମ୍ କ୍ୟାପ୍ଟେନ ମାଚ୍ଛରଙ୍କ ସାହସ, କର୍ତ୍ତବ୍ୟବୋଧ ଓ ମାନବ ଜୀବନ ପ୍ରତି ଯତ୍ନଶୀଳତାକୁ ପ୍ରଶଂସା କରିଛନ୍ତି ଓ ତାଙ୍କ ପାଇଁ ୟୁଏଇ ଗର୍ବିତ ବୋଲି କହିଛନ୍ତି।
Flydubai ବିମାନରେ ଭାରତୀୟ କ୍ୟାପଟେନ୍ ସ୍ମିତ ମାଛରଙ୍କ ଉପରେ ଆକ୍ରମଣ ଘଟଣାରେ ଆସିଲା ବଡ଼ ତଥ୍ୟ । ଅଭିଯୁକ୍ତ କୋ-ପାଇଲଟଙ୍କୁ ୨୦୨୪ରେ ହିଁ ସୁରକ୍ଷା ପାଇଁ ବିପଦ ବୋଲି ଚିହ୍ନଟ କରିଥିଲା ଓମାନ ଏୟାର । ଏକ ଗଣମାଧ୍ୟମକୁ ବରିଷ୍ଠ ଗୁଇନ୍ଦା ଓ ଆଇନ ପ୍ରବର୍ତ୍ତନ ଅଧିକାରୀ ଦେଇଥିବା ସୂଚନା ଆଧାରରେ ଏହି ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ, ୨୦୨୪ରେ ସେ Oman Airରେ ଟ୍ରେନି କୋ-ପାଇଲଟ୍ ଭାବେ କାମ କରୁଥିଲେ ।
ପଞ୍ଚାୟତ ଓ ପୌର ନିର୍ବାଚନ ସମୟ ଯେତେ ପାଖେଇ ଆସୁଛି, ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ସେତେ ଅଧିକ ତତ୍ପରତା ଦେଖିବାକୁ ମିଳୁଛି। ବିଶେଷ କରି କ୍ଷମତାରୁ ଦୂରେଇ ଯାଇଥିବା ବିଜେଡି ପାଇଁ ଆଗାମୀ ନିର୍ବାଚନ ଏକପ୍ରକାର କର ବା ମର ପରିସ୍ଥିତି ସୃଷ୍ଟି କରିଛି। ପଞ୍ଚାୟତ ଦଖଲ ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀର ନେତା ଓ କର୍ମୀଙ୍କୁ ନବୀନ ନିବାସରେ ଡାକି ଦେଇଛନ୍ତି ଗୁରୁମନ୍ତ୍ର।
ରାଜଧାନୀ ପୁଲିସ ଆଜି ଆକ୍ରମଣାନ୍ତକ ମୋଡକୁ ଆସିଛି । ୩ ଦିନ ତଳେ ହୋଇଥିବା ଏକ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ସିଧା ଏନକାଉଣ୍ଟର କରିଛି । ଅଭିଯୁକ୍ତ ଶ୍ରୀଧର ପଣ୍ଡାକୁ ପୁଲିସ ଗୁଳି କରିଛି । ଗୁଳି ଅଭିଯୁକ୍ତର ଗୋଡ଼ରେ ବାଜିଥିବା କୁହାଯାଉଛି । ଏହାପରେ ତାକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଥାଉ କି, ୩ ଦିନ ତଳେ ରାଜଧାନୀର ଭିଆଇପି ଅଞ୍ଚଳ କୁହାଯାଉଥିବା ନୟାପଲ୍ଲୀ ଅଞ୍ଚଳରେ ଜଣେ ଯୁବତୀଙ୍କ ଘରେ ପଶି ଶ୍ରୀଧର ପଣ୍ଡା ବନ୍ଧୁକ ଦେଖାଇ ଜଣେ ବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା ।
ସ୍କୁଲରେ ଦଶମ ଶ୍ରେଣୀର ଦୁଇ ଛାତ୍ରୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି। ବାରମ୍ୱାର ଏପରି ଘଟଣା ଘଟିବା ପରେ ସତ୍ୟ ସାମ୍ନାକୁ ଆସିଛି। ବିଦ୍ୟାଳୟର ଦଶମ ଶ୍ରେଣୀର ଦୁଇ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଜଣେ ସହକାରୀ କିରାଣିଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ସୁନ୍ଦରଗଡ଼ କେ.ବଲାଙ୍ଗ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଏକ ବିଦ୍ୟାଳୟରେ ଗଣେଶ ପୂଜା ଭସାଣି ପରେ ଏହି ଘଟଣା ଘଟିଥିବାନେଇ ଅଭିଯୋଗ ହୋଇଛି।
ଶିଳ୍ପାଞ୍ଚଳରେ ଉତ୍ପାଦନ ଓ ବିକାଶ ଯେତିକି ଜରୁରୀ, ଶ୍ରମିକଙ୍କ ଜୀବନ ଓ ସୁରକ୍ଷା ତା'ଠାରୁ ଅଧିକ ଜରୁରୀ। କାରଖାନାରେ କାର୍ଯ୍ୟରତ ଅବସ୍ଥାରେ ଘଟୁଥିବା ଦୁର୍ଘଟଣା ଓ ମୃତ୍ୟୁର ପ୍ରତ୍ୟେକ ଘଟଣାର ସଠିକ୍ ତଥ୍ୟ ସାମ୍ନାକୁ ଆସିବା ଆବଶ୍ୟକ। ଶ୍ରମିକଙ୍କ ଜୀବନ ସହ ଖେଳାଯାଉଥିବାବେଳେ ଏନେଇ କଡ଼ା ଆଇନ ଆସିବା ଜରୁରୀ ହୋଇ ପଡ଼ିଛି। ଫ୍ୟାକ୍ଟ୍ରି ଓ ବଏଲର୍ସ ବିଭାଗର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟ ନିକଟରେ ଦେଇଥିବା ତଥ୍ୟ ଅନୁସାରେ, ଚଳିତ ବର୍ଷର ପ୍ରଥମ ୯ ମାସ ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ଥିବା ବିଭିନ୍ନ କାରଖାନାରେ କାର୍ଯ୍ୟରତ ଅବସ୍ଥାରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।
ଡାକ୍ତରଖାନାରୁ ଚିକିତ୍ସା ସାରି ଘରକୁ ଫେରୁଥିବା ବେଳେ ଅଧା ବାଟରେ ଚାଲିଗଲା ଜୀବନ । ରାୟଗଡ଼ା ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହୋଇ ଚାଲିଚାଲି ନିଜ ଗାଁକୁ ଫେରୁଥିବା ବେଳେ ମାର୍ଥାଗୁଡ଼ା ଗାଁ ନିକଟ ରାସ୍ତାକଡ଼ରେ ହଠାତ ଟଳି ପଡ଼ିଲେ। ମୃତ ବ୍ୟକ୍ତି ଜଣକ ହେଲେ ଡି.ରାଣୀବନ୍ଧ ଗାଁର ବାସୀନ୍ଦା ବୁଦ୍ରୀ ଜାକାସିକା । କିଛିଦିନ ହେବ ବୁଦ୍ରୀ କାଶ ଓ ଜ୍ୱରରେ ପୀଡ଼ିତ ଥିବା ବେଳେ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ ।
ଚଳିତ ବର୍ଷ ଦ୍ୱିତୀୟଥର ପାଇଁ ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳସ୍ତର ୬୩୦ ଫୁଟରେ ପହଞ୍ଚିଛି। ଏହା ପୂର୍ବରୁ ସେପ୍ଟେମ୍ବର ୨୧ ତାରିଖରେ ଜଳସ୍ତର ସର୍ବୋଚ୍ଚ ସୀମା ୬୩୦ ଫୁଟ ଛୁଇଁଥିଲା। ପରେ ବର୍ଷା ହେବାରୁ ଜଳସ୍ତରକୁ ୧ ଫୁଟ ପର୍ଯ୍ୟନ୍ତ କମାଯାଇଥିଲା। ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୫୦ ହଜାର ୯୬୦ ଘନଫୁଟ ପାଣି ପ୍ରବେଶ କରୁଥିବା ବେଳେ ବିଭିନ୍ନ ମାର୍ଗ ଦେଇ ହାରାହାରି ୫୦ ହଜାର ୯୬୦ କ୍ୟୁସେକ୍ ପାଣି ନିଷ୍କାସିତ ହେଉଥିଲା।
ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁଜରାଟ ସମାନ ନାଗରିକ ସଂହିତା (ୟୁସି…
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଅବକାରୀ ଉପ ନିରୀକ୍ଷକଙ୍କ ଦ୍ୱାରା ସରଧାପାଲିଠାରେ ଠେଲକୋଲୋଇ ପୋଲିସ ସହାୟତାରେ ୩୩୦ ବୋତଲ ୱିନସିରେକ୍ସ କଫ ସିରପ ଜବତ ହୋଇଛି l ଏହି ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି, ସେମାନେ ହେଲେ ଶରଧାପାଲିର ପୁଷ୍ପଲତା ବେହେରା (୫୨) ଓ ମିନକେତନ ବେହେରା (୩୮)। ଏଥିସହ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି l ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
ବର୍ଷା ଛାଡିବା ପରେ ହଠାତ ମାଳଅଞ୍ଚଳକୁ ଶୀତ ଛୁଇଁଛି l ହାଲୁକା ଶୀତ ସ୍ପର୍ଶରେ ପୁଲକିତ ହୋଇ ଉଠିଛି ଜନଜୀବନ। ହାଲକା ଥଣ୍ଡା ସାଙ୍ଗକୁ କୁହୁଡ଼ି କାକର ବୁନ୍ଦା ଗଛର ପତ୍ରରେ ଦେଖିବାକୁ ମିଳିଛି l ଦିନେ ଦୁଇ ଦିନ ହେବ ସଂନ୍ଧ୍ୟା ସମୟରେ ମଧ୍ୟ ହାଲକା ଶୀତ ଅନୁଭୂତ ହେଉଛି। କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ହୋଇଯିବା ପରେ ପାରଦ ତଳ ମୁହାଁ ହୋଇଛି l ୧୩ ଡିଗ୍ରୀ ତଳକୁ ଖସିଛି ତାପମାତ୍ରା ।
ପ୍ଲାଣ୍ଟ ସାଇଟ୍ ଥାନା ଅନ୍ତର୍ଗତ ନୟାବଜାରରୁ ହିରୋଇନ୍ ଜବତ କରିବା ସହିତ ଜଣକୁ ଗିରଫ କରାଯାଇଛି। ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ୧୫ ଗ୍ରାମ୍ ହିରୋଇନ୍ ଜବତ କରିଛି। ଏହା ସହ ସେକ୍ଟର ୩ ବଲାଙ୍ଗୀର ବସ୍ତିର ପିଣ୍ଟୁ ନାଗ (୩୨) କୁ ପୋଲିସ ଗିରଫ କରିଛି।
ବରଗଡ଼ ଜିଲ୍ଲା ଆମ୍ବଭାନା ବ୍ଲକ ଅଞ୍ଚଳର ମହାନଦୀ କୂଳିଆ ଚିଖିଲୀ, ଅନ୍ତରଆଡ଼ି, ଘୁଙ୍ଘୁରାପାଲି, ଭେଇନୋପଦର୍ ଆଦି ଗାଁରେ ବନ୍ୟା ପରିସ୍ଥିତି ଦେଖାଯାଇଛି। ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି ମନ୍ତ୍ରୀ, ସାଂସଦ ଓ ବିଧାୟକ। ବନ୍ୟାରେ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ କ୍ଷୟକ୍ଷତିର ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଓ ଭଟଲି ବିଧାୟକ ଇରାଶିସ ଆଚାର୍ଯ୍ୟ।
UPI ପେମେଣ୍ଟରେ ଲାଗିବାକୁ ଥିବା MDR ଚାର୍ଜ ବିରୋଧରେ ଅକ୍ଟୋବର ୨ ତାରିଖରେ ‘No UPI Day’ ପ୍ରତିବାଦ କରାଯାଉଛି। ବ୍ୟବସାୟୀମାନେ କଳା କପଡ଼ାରେ ନିଜର QR ସ୍କାନରକୁ ଢାଙ୍କି ଦେଇଛନ୍ତି। ଅକ୍ଟୋବର ୧୫ରୁ ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR ଚାର୍ଜ ଲାଗିବ।
କ୍ଲାସ୍ରୁମ୍ରେ ପାଠପଢ଼ା ଚାଲିଥିବାବେଳେ ଅଘଟଣ ଘଟିଛି। ହଠାତ୍ ଛାତରୁ କଂକ୍ରିଟ୍ ଅଂଶ ଖସି ପଡ଼ିବାରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଆହତ େହାଇଛନ୍ତି। ଏଭଳି ଅଘଟଣ ଚିତ୍ରକୋଣ୍ଡା ପିଏମ୍ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଘଟିଛି। ଏହି ଘଟଣା ପରେ ବିଦ୍ୟାଳୟର ଭିତ୍ତିଭୂମି ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ସୂଚନା ଅନୁସାରେ, ଶୁକ୍ରବାର ବିଦ୍ୟାଳୟରେ ନିୟମିତ ଭାବେ ପାଠପଢ଼ା ଚାଲିଥିଲା।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ଦିନ ପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି। ଭାରତୀୟ ପ୍ରତିନିଧି ଦଳ ସୋମବାର ଏକ ଉଚ୍ଚସ୍ତରୀୟ ବୈଠକ ପାଇଁ ଇସଲାମାବାଦରେ ପହଞ୍ଚିଛନ୍ତି । ଭାରତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଜାତୀୟ ସଂଯୋଜକଙ୍କ ବୈଠକରେ ଅଂଶଗ୍ରହଣ କରୁଛି। ଏହି ବୈଠକରେ ପାକିସ୍ତାନର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକର କ୍ୟାଲେଣ୍ଡରକୁ ଅନୁମୋଦନ କରାଯିବ।
ଗୋଟିଏ ପଟେ ଗର୍ଭ ଯନ୍ତ୍ରଣାରେ ଛଟପଟ। ଆଉ ଗୋଟିଏ ପଟେ ଆମ୍ବୁଲାନ୍ସକୁ ଘଣ୍ଟା ଘଣ୍ଟା ଅପେକ୍ଷା। ୪ ଘଣ୍ଟା ଅପେକ୍ଷା ପରେ ଟାଟା ମ୍ୟାଜିକ୍ରେ ବୁହା ହେଲେ ଗର୍ଭବତୀ। ମାଲକାନଗିରି ଜିଲ୍ଲା ମାନ୍ୟମକୋଣ୍ଡା ପଞ୍ଚାୟତର ତମଗୁଡ଼ା ଗାଁରୁ ଆସିଛି ଏଭଳି ଅଭିଯୋଗ। ଗାଁର ଦୁର୍ଗୀ ବେକ ନାମକ ଜଣେ ଗର୍ଭବତୀ ମହିଳା ଗର୍ଭ ଯନ୍ତ୍ରଣାରେ ଥିବାବେଳେ କାଲିମେଳା ମେଡିକାଲ ଯିବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା ।