୮୨ ଡଲାରକୁ ଖସିଲା ଅଶୋଧିତ ତେଲ ଦର ଜୁନ ୧୯ରେ ସ୍ବିଜରଲ୍ୟାଣ୍ଡରେ ଆମେରିକା-ଇରାନ ଶାନ୍ତି ଚୁକ୍ତି ସ୍ବାକ୍ଷର
ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିକୁ ନେଇ ସହମତି ପ୍ରକାଶ ଖବର ପ୍ରଚାର ହେବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଖସିଛି। ଅଶୋଧିତ ତୈଳର ବ୍ୟାରେଲ ପ୍ରତି ୮୨.୮୪ ଡଲାରକୁ ହ୍ରାସ ପାଇଛି। ଅଶୋଧିତ ତୈଳ ଦର ଶସ୍ତା ହେବା ପରେ ସାରା ବିଶ୍ବ ଦେଖାଯାଇଥିବା ତୈଳ ସଙ୍କଟ ଦୂର ହେବ ବୋଲି କୁହାଯାଉଛି। ଏଥି ସହିତ ବିଶ୍ବର ପ୍ରମୁଖ ସାମୁଦ୍ରିକ ପଥ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ସ୍ବାଭାବିକ ହେବାର ମଧ୍ୟ ସମ୍ଭାବନା ଦେଖାଦେଇଛି।
